Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ଜମି ଦାନ କରିଥିବା ମହାନ ମଣିଷଙ୍କ ଦୁଃଖଦ ଅବସ୍ଥା: ଶେଷ ଜୀବନରେ ଘରହୀନ ହେଲେ ପରମାନନ୍ଦ ମହାନ୍ତ…

କେନ୍ଦୁଝର, ୧୪|୪ : କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳର ପରମାନନ୍ଦ ମହାନ୍ତଙ୍କ କାହାଣୀ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ୯୧ ବର୍ଷୀୟ ପରମାନନ୍ଦ ଏବେ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ସୂଚନା ଅନୁଯାୟୀ, ସେ ନିଜର ମୂଲ୍ୟବାନ ଜମିକୁ ସମାଜ ଉନ୍ନତି ପାଇଁ ଦାନ କରିଥିଲେ । ସେହି ଜମିରେ ଏକ ବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଛି । କିନ୍ତୁ ବିଡ଼ମ୍ବନାର କଥା , ଯେଉଁ ମଣିଷ ନିଜ ଜମିକୁ ସମାଜର ହିତ ପାଇଁ ଦାନ କରି
ଥିଲେ , ସେ ଆଜି ନିଜେ ବାସହୀନ ହୋଇ ଜୀବନ କାଟୁଛନ୍ତି ।

ଏହି ଘଟଣା ପ୍ରକାଶ ପାଇବା ପରେ ସୋସିଆଲ୍ ମିଡିଆରେ ବିଶେଷ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକମାନେ ପ୍ରଶ୍ନ କରୁଛନ୍ତି, ଯିଏ ସମାଜ ପାଇଁ ଏତେ ବଡ଼ ତ୍ୟାଗ କଲେ, ସେ ଆଜି କାହିଁକି ଏମିତି ଅବସ୍ଥାରେ ଅଛନ୍ତି? ସମାଜସେବୀ ମନୋଭାବରେ ନିଜ ସମ୍ପତ୍ତି ଦାନ କରିଥିବା ପରମାନନ୍ଦ ମହାନ୍ତଙ୍କ ଏହି ଅବସ୍ଥା ଏବେ ସରକାରୀ ସହାୟତା ର ଆଶା ଧରିବସିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ