Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ରାମ ଲୀଳା ମହୋତ୍ସବ ରେ ରାବଣ ବଧ ସହ ଶ୍ରୀ ରାମ ଙ୍କ ରାଜ୍ୟାଭିଷେକ ଅଭିନିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ବାହାରିପଡା ରଘୁନାଥ ମନ୍ଦିର ନିକଟରେ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ ତରଫରୁ ଚଳିତ ବର୍ଷ ୭୫ବର୍ଷ ପ୍ଳାଟିନମ ଜୁବଲି ରାମଲୀଳା ମହୋତ୍ସବ ୧୮ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେଉଅଛି। ବ୍ରତଧାରୀମାନେ ନିଷ୍ଠାର ସହିତ କରୁଥିବା ବେଳେ ସନ୍ଧ୍ୟାରେ ଆଳତୀ ଲଗାଇ ସାରିଲା ପରେ ରାମଲୀଳା ନାଟକ ଆରମ୍ଭ ହୁଏ। ଦୀର୍ଘ ୭୫ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ଏହି ଉତ୍ସବ ପାଳନ ହେଉଛି। ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ ହୋଇ ଧନୁଭଗ୍ନ,ସୀତା ବିବାହ,ରାମ ବନବାସ,ଭରତ ମିଳନ, ସୂର୍ପଣଖା ନାଶା ଛେଦନ,ବାଳି ବଧ,ସୀତା ଚୋରି,ଲଙ୍କା ପୋଡି,ବିଭିଷଣ ଶରଣ,ରାମ ରାବଣ ପ୍ରଥମ ଯୁଦ୍ଧ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତିଭେଦ, ମହିରାବଣ ବଧ ହୋଇ ସାରିଥିବା ବେଳେ ଅନ୍ତିମ ରଜନୀ ରେ ରାବଣ ବଧ ସହ ଶ୍ରୀରାମଙ୍କ ରାଜ୍ୟାଭିଷେକ ଲୀଳା ମଞ୍ଚସ୍ଥ ହୋଇଥିଲା । ଏଥିରେ ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ ନରେନ୍ଦ୍ର ବାଘ,ସୀତା ବୃଷଭ କର୍ଣ୍ଣ,ବିଭିଷଣ ସୁବାଷ ବନଛୋର, ହନୁମାନ ଲକ୍ଷିନ୍ଦ୍ର ବସ୍ତିଆ,ରାବଣ ଦିଗାମ୍ବର ଚୈଧୁରୀ ଆଦିଙ୍କ ଅଭିନୟ ଉଚ୍ଚକୋଟିର ଥିଲା।ଅନ୍ୟ ଭୂମିକାରେ କିଶୋର ପଧାନ,ଅନାଦି ବସ୍ତିଆ, ପ୍ରଦ୍ୟୁମ୍ନ ପାଢୀ,ରାମଗୋପାଳ ସେଠୀ,କାହ୍ନା ଗଡୁଆ,ଜନ୍ମ ବାରକୁଟିଆ, ହୃଷିକେଶ ପଧାନ,ଶରଦ କର୍ଣ୍ଣ,ସଞ୍ଜିବ ପଧାନ, ରାଜେଶ ବାଘ,ଘାସିରାମ ମେଣ୍ଡିଲି, ସଞ୍ଜିବ ପଧାନ ଆଦି ଅଭିନୟ କରିଥିଲେ। ବାଦ୍ୟଯନ୍ତ୍ରରେ ମନୋରଞ୍ଜନ ପାଢୀ,ଜାନକୀରାମ ଦେହେରୀ, ପୂର୍ଣ୍ଣଚନ୍ଦ୍ର ପାଢୀ, ପଞ୍ଚାନନ ମନ୍ତ୍ରା,ଚମରା ସେଠୀ ସହଯୋଗ କରିଥିଲେ। ବୀରମିତ୍ର ପଧାନ,ସରୋଜ ପୂଜାହାରୀ, ଚିତ୍ତରଞ୍ଜନ ପାଢୀ,ଦଶରଥ ମେଣ୍ଡିଲି, ଭିକାରୀ ସେଠୀ,ବିଭିଷଣ ସେଠୀ,ଅନିଲ ପୁରୋହିତ, ଅନିରୁଦ୍ଧ ଗଡୁଆ, ଦୟାନିଧି ଖୁର୍ଡିଆ, ପରେଶ ବାଘ, ରଘୁନାଥ ବାରକୁଟିଆ, ଚକ୍ରପାଣି ମେଣ୍ଡିଲି, ଅଖୁଜ ଖୁର୍ଡିଆ, ସୁରେଶ ଦେହେରୀ ଆଦି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ