କାଲିଠୁ ଘର ଘର ବୁଲିବେ ଜନଗଣନାକାରୀ! ପଚାରିବେ ୩୩ ପ୍ରଶ୍ନ
ଭୁବନେଶ୍ୱର, ୧୫|୪ : ଆସନ୍ତା କାଲିଠୁ ଅର୍ଥାତଏପ୍ରିଲ ୧୬ରୁ ଆରମ୍ଭ ‘ଜନଗଣନା ପ୍ରକ୍ରିୟା| ଘର ଘର ବୁଲି ଜନଗଣନା ହେବ | ଏଥିପାଇଁ ନିଯୁକ୍ତ ହେବେ ତାଲିମପ୍ରାପ୍ତ ଅଧିକାରୀ| ଅଧିକାରୀ ମାନେ ଘର ଘର ବୁଲି ପରିବାର ମୂଖିଆଙ୍କୁ ସମ୍ପତ୍ତି ସମ୍ପର୍କିତ ୩୩ଟି ପ୍ରଶ୍ନ ପଚାରିବେ ତଥ୍ୟ ସଂଗ୍ରହ କରିବେ । ଅପ୍ରେଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା ।
ପ୍ରକ୍ରିୟା ଅନୁଯାୟୀ, ଜନଗଣନାର ପ୍ରଥମ ତିନିଦିନ ଘର ଗୁଡିକର ନମ୍ବରିଙ୍ଗ କରିବେ ଅଧିକାରୀ । ଏଥିପାଇଁ ନିୟୋଜିତ ହୋଇଛନ୍ତି ୮୦ ହଜାର ଜନ ଗଣନାକାରି । ଏହାସହିତ ୮ ହଜାର ସୁପର ଭାଇଜରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସମସ୍ତ ତଥ୍ୟ ଡିଜିଟାଲ ପ୍ରକ୍ରିୟାରେ ସଂଗ୍ରହ କରାଯିବ | ଏଥିପାଇଁ ସମସ୍ତଜନଗଣନାକାରୀ ମାନେ ନିଜ କିଜ ମୋବାଇଲରେ ଏଚଏଲଭି ଆପ ଡାଉନ ଲୋଡ଼ କରିଛନ୍ତି । ଏହି ଆପ ଜରିଆରେ ସମସ୍ତ ତଥ୍ୟ ସଂଗ୍ରହ କରିବେ ଜନଗଣନାକାରୀ ।
ଏହି ଜନଗଣନା ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ କରିବାପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ |

