Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାସିକ୍ ଟିସିଏସ୍‌ କାର୍ଯ୍ୟାଳୟରେ ଧର୍ମାନ୍ତରୀକରଣ ଅଭିଯୋଗ! ରାକେଟ୍‌ର ପର୍ଦ୍ଦାଫାସ; HR ସମେତ ୭ ଗିରଫ

ନାସିକ ,୧୬।୪ : ସତ୍ୟ ଘଟଣା ଉପରେ ଆଧାରିତ କେରଲା ଫିଲ୍ମ ଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି | ନାସିକ୍ ର ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ୍‌) ର କାର୍ଯ୍ୟାଳୟରୁ ଏକ ଚାଞ୍ଚଲ୍ୟକର କରିଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଅନେକ ହିନ୍ଦୁ ମହିଳାଙ୍କୁ ଧରମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି | ଜଣେ ଯୁବ ମହିଳା ସହକର୍ମୀଙ୍କ ଅଭିଯୋଗ ପାଇବା ପୁଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ରହସ୍ୟମୟ ଭାବେ କାର୍ଯ୍ୟ କରୁଥିବା ଏକ ବଡ଼ ଧରଣର ରାକେଟ୍‌କୁ ଠାବ କରିଛି। କାର୍ଯ୍ୟାଳୟରେ ମହିଳା ମାନଙ୍କୁ ବ୍ଲାକମେଲିଂ, ଜୋର ଜବରଦସ୍ତ ଧରମ ପରିବର୍ତ୍ତନ କରିବା ନେଇ ଚାପ ପକାଯାଉଛି | ଯାହା କର୍ପୋରେଟ୍ କ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ବଡ ପ୍ରଶ୍ନବାଚୀ।

ତେବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କମ୍ପାନୀର HR ନିଦା ଖାନ | ଯିଏ ଏକ ମୁସଲିମ ଗ୍ରୁପ ସହିତ ଜଡିତ ଥିଲେ | ତେବେ ସେ ଗ୍ରୁପରେ ଦାନିଶ ଶେଖ, ଆସିଫ ଅନସାରୀ, ସଫି ଶେଖ, ଏବଂ ସାରୁଖ କୁରେସି ଭଳି ମୁସଲିମ ଯୁବକ ସାମିଲ ଥିଲେ | ତେବେ ସେମାନେ କମ୍ପାନୀର ଟିମ ଲିଡର ପଦବୀରେ ନିଯୁକ୍ତ ଥିଲେ | କମ୍ପାନୀରେ ଥିବା ସମସ୍ତ ହିନ୍ଦୁ ଯୁବତୀଙ୍କୁ ଫସାଇ ମୁସଲିମ ଧର୍ମ ପରିବର୍ତ୍ତନ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା | ଏମାନଙ୍କର ଏକ ହ୍ଵାଟସଆପ ଗ୍ରୁପ ମଧ୍ୟ ରହିଥିଲା | ଯେଉଁଥିରେ କେଉଁ ଯୁବତୀଙ୍କୁ କିପରି ଆଉ କେଉଁ ମୁହୂର୍ତ୍ତରେ ଫସାଯିବ ସେନେଇ ଆଲୋଚନା କରାଯାଉଥିଲା | ତେବେ ଏହାର ଅନ୍ୟ ଏକ ମୁଖ୍ୟ ଆସାମୀ ହେଉଛି ଦାନିଶ ଶେଖ୍, ଯିଏ ପୀଡ଼ିତାଙ୍କ ପୁରୁଣା କଲେଜର ବ୍ୟାଚ ମେଟ ଥିଲେ ଏବଂ ଚାକିରି କରାଇଦେବା ବାହାନାରେ ପ୍ରଥମେ ବିଶ୍ୱାସ ଜିତି ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ବିବାହ ପ୍ରସ୍ତାବ ଓ ପରେ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ |

ସେପଟେ ପୀଡ଼ିତାଙ୍କ କହିବା ଅନୁସାରେ , ଦାନିଶ ଓ ତାଙ୍କର ଅନ୍ୟ ଦୁଇ ସହକର୍ମୀ ତାଙ୍କୁ ସବୁବେଳେ ହଇରାଣ କରିବା ସହିତ ତାଙ୍କର ଫଟୋ ଭାଇରାଲ୍ କରିଦେବାର ଧମକ ଦେଇ ବ୍ଲାକମେଲ୍ କରିଆସୁଥିଲେ। ଏହାସହିତ ପୀଡ଼ିତାଙ୍କ ଉପରେ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ ପ୍ରବଳ ଚାପ ପ୍ରୟୋଗ କରାଯାଇଥିବା ପୀଡିତ। ଜଣକ ଅଭିଯୋଗ କରିଛନ୍ତି | ଏହି ସମ୍ପୂର୍ଣ୍ଣ ଘଟଣାଟି ଟିସିଏସ୍ ଭଳି ଏକ ପ୍ରତିଷ୍ଠିତ ସଂସ୍ଥାର କର୍ପୋରେଟ୍ ପରିବେଶ ମଧ୍ୟରେ ଘଟିବା ସବୁଠାରୁ ଚିନ୍ତାର ବିଷୟ ପାଲଟିଛି।

ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିଛି |ଟାଟା ଗ୍ରୁପ୍ ପକ୍ଷରୁ ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ କମ୍ପାନୀରୁ ନିଲମ୍ବିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ