Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗାମୀ ପଞ୍ଚାୟତ ନିର୍ଵାଚନରେ ଦେଖିବାକୁ ମିଳିବ କି ବିଜେଡି ଓ କଂଗ୍ରେସର ମେଣ୍ଟ? ପରୋକ୍ଷରେ ଦେବୀ ମିଶ୍ରଙ୍କ ସମର୍ଥନ!

ଭୁବନେଶ୍ୱର, ୧୬ | ୪: ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ | ଏନେଇ ବିଭିନ୍ନ ଦଳ ପ୍ରସ୍ତୁତ କରିବେ ସ୍ୱତନ୍ତ୍ର ରଣନୀତି | ଜୋରଦାର ହେବ ଲଢେଇ | ଏବେ ଓଡିଶାର ଶାସନ କ୍ଷମତାକୁ ଆସିବା ପରେ ଏହା ବିଜେପି ପାଇଁ ହେବ ପ୍ରଥମ ପଞ୍ଚାୟତ ନିର୍ବାଚନ | ତେଣୁ ପଞ୍ଚାୟତ ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବ ଦଳ | ନିକଟରେ ରାଜ୍ୟସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ଆପଣାଇଥିଲା ସ୍ୱତନ୍ତ୍ର ରଣନୀତି | ଅନ୍ୟପଟେ, ବିଜେଡି ଆଉ କଂଗ୍ରେସର ମେଣ୍ଟ ଫିକା ପଡିଥିଲା | କିନ୍ତୁ ଏବେ ଆଗକୁ ରହିଛି ପଞ୍ଚାୟତ ନିର୍ବାଚନ ତେଣୁ ପୁଣିଥରେ ବିଜେଡି ଓ କଂଗ୍ରେସର ମେଣ୍ଟ ପୁଣିଥରେ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ଜୋର ଧରିଛି | କୁହାଯାଉଛିକି ଯେ, ଦୀର୍ଘ ବର୍ଷ ଶାସନ ପରେ ଯାହା କେବେ ଓଡିଶା ଦେଖିନଥିଲା ତାହା ଏଥର ରାଜ୍ୟସଭା ନିର୍ବାଚନରେ ହୋଇଛି | ଅର୍ଥାତ ବିଜେଡି ଆଉ କଂଗ୍ରେସର ମେଣ୍ଟ | ତଥାପି ରାଜ୍ୟସଭାର ଚତୁର୍ଥ ସିଟ ହାତେଇ ପାରିନଥିଲେ ମେଣ୍ଟ କରିଥିବା ଦଳ | କଥା ଉଠୁଛି କିଯେ, ଥରେ ବିଫଳ ହେବା ପରେ ପୁଣିଥରେ କଣ ପଞ୍ଚାୟତ ନିର୍ବାଚନ ପାଇଁ ଏକାଠି ହେବେ ବିଜେଡି ଓ କଂଗ୍ରେସ ? ତେବେ ଏନେଇ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି ବିଜେଡି ନେତା ଦେବୀ ମିଶ୍ର | ସେ କହିଛନ୍ତି, “ରାଜନୈତିକ କ୍ଷେତ୍ରରେ ବିଭିନ୍ନ ଦିଗକୁ ନେଇ ସମ୍ଭାବନା କରାଯାଏ | ଯଦି ପିସିସି ସଭାପତି କହିଛନ୍ତି ତାହାଲେ କିଛି ଅନୁଧ୍ୟାନ କରି କହିଥିବେ | ତେବେ ‘ପରିସ୍ଥିତିକୁ ଦେଖି ରାଜ୍ୟ ସ୍ବାର୍ଥ ପାଇଁ ଯାହା ଠିକ ହେବ ସେହି ଅନୁସାରେ ନବୀନ ବାବୁ ନିଷ୍ପତ୍ତି ନେବେ|”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ