Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ, ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ; ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୧୭।୪: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ , ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏବଂ ସିଡିଆଇ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ସଚିବ ଭାବେ ନିଯୁକ୍ତ କରାଯାଇଛି । ସେହିପରି ସଂସଦୀୟ ବ୍ୟାପାର ବିଭାଗ ସ୍ବତନ୍ତ୍ର ସଚିବ ଶିବୋ ନାରାୟଣ ସାହୁଙ୍କୁ ସିଡିଆଇ ଏବଂ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇ ଅଛି। ଏହାସହିତ ରବିନାରାୟଣ ଜେଠୀଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଓଏଲ୍‌ଏର ଯୁଗ୍ମସଚିବ ଭାବେ କସ୍ତୁରୀ ପ୍ରଧାନଙ୍କୁ ମିଳିଛି ଦାୟିତ୍ୱ । ଗଦାଧର ପାତ୍ରଙ୍କୁ ଖଦି, ଓଏସ୍‌ଆଇସିର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଓକାକ୍‌ର ଓଏସ୍‌ଡି ଭାବେ ପ୍ରଣବ କୁମାର ବେହେରାଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ସିରିୟାଲ ଶୁଭ୍ର ପଟେଲଙ୍କୁ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ଦିଆଯାଇଛି । ସେହିପରି କ୍ଷୀରାବ୍ଧୀ ତନୟା ସାହୁଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜ୍ୟୋତି ପ୍ରକାଶ ସେଠୀଙ୍କୁ ଉଦଳା ଆଇଟିଡିଏର ପିଏ, ନରେନ୍ଦ୍ର ଖମାରୀଙ୍କୁ ଓଏସ୍‌ଏସ୍‌ସିର ଉପସଚିବ, ନିର୍ଲିପ୍ତା ମହାନ୍ତିଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ଉପସଚିବ ଭାବେ ନିଯୁକ୍ତ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥବା ଅନ୍ୟ ଏକ ବିଜ୍ଞପ୍ତିରେ ଇଡ୍‌କୋ ସିଜିଏମ୍‌(ପିଆଣ୍ଡଏ) ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଇଡ୍‌କୋର ସିଜିଏମ୍‌(ଏମ୍‌ଏସ୍‌ ଆଣ୍ଡଏମ୍‌ଇ) ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ଅତିରିକ୍ତ ଏସ୍‌ଆର୍‌ସି, ସରୋଜ କୁମାର ସାହୁଙ୍କୁ ଇଡ୍‌କୋ ସିଜିଏମ୍‌(ଜମି) ଏବଂ ସଞ୍ଜୟ କୁମାର ମିଶ୍ରଙ୍କୁ ଇଡ୍‌କୋ ସାଧାରଣ ପରିଚାଳକ(ପିଆଣ୍ଡଏ) ଭାବେ ନିଯୁକ୍ତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ