ଗଛରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ! ଘଟଣାରେ ପୁଲିସର ତଦନ୍ତ
ମୟୁରଭଞ୍ଜ, ୧୭ |୪: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡରେ ଥିବା ଏକ ଗଛରୁ ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି | ଝିଅଟି ସ୍ଥାନୀୟ କାଳିଆପୋଷି ଗାଁର ହୋଇଥିବାବେଳେ ପୁଅର ଘର କରଞ୍ଜିଆ ଥାନା ସୁନାପୋଷି ଗାଁର ବୋଲି ସୂଚନାରୁ ଜଣାପଡିଛି ।
ତେବେ ପ୍ରେମ ବ୍ୟାପାରକୁ ନେଇ ଏହି ଆତ୍ମହତ୍ୟା ଘଟଣା ଘଟିଥିବା ଅନୁମାନ କରୁଛି ପୁଲିସ । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଏନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।

