Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁବାବୁଙ୍କୁ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ; କହିଲେ ଆମେ ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବୁ!

ଭୁବନେଶ୍ୱର,୧୭ା୪: ଆଜି ମହାନ ଜନ ନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ | ଏହି ଅବସରରେ ଭୁବନେଶ୍ବରରେ ଓୟୁଟି ପରିସରରେ ଏକ ବିଶାଳ ସମାବେଶର ଆୟୋଜନ ହୋଇ ଯାଇଛି | ବିଜୁ ଲିଗାସି ମଞ୍ଚରେ ଶକ୍ତି ପ୍ରଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଭିନ୍ନ ଦଳରୁ ନିଲମ୍ବିତ ହୋଇଥିବା ନେତା ସବୁ ଏକାଠି ହୋଇଛନ୍ତି | ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହିତ ସୋମ୍ୟ ରଞ୍ଜନ ପଟ୍ଟନାୟକ, ଅରବିନ୍ଦ ମହାପାତ୍ର ଆଦି ରହିଛନ୍ତି ଉପସ୍ଥିତ | ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଅମର ଗାଥା ଏବଂ ବିଚାରଧାରାକୁ ମନେ ପକାଇବାକୁ ଏହା ଏକ ପ୍ରୟାସ କରାଯାଇଛି । ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉକ୍ତ ସମ୍ମିଳନୀରେ ଅନେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଅନ୍ୟପଟେ, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସ୍ବର୍ଗତଃ ବିଜୁବାବୁ ଏହି ଓଡ଼ିଶାକୁ ସମୃଦ୍ଧ କରିବାକୁ ଅନେକ ସ୍ବପ୍ନ ଦେଖିଥିଲେ। ବାସ୍ତବରେ ଏପରି ଜଣେ ମହାନ ଜନନାୟକ ଓଡ଼ିଶା ପାଇଁ ସ୍ବପ୍ନ ଦେଖିଥିଲେ। ଓଡ଼ିଶା ପାଇଁ ସଂକଳ୍ପ ନେଇ କାମ ମଧ୍ୟ କରୁଥିଲେ। ବିଜୁବାବୁ ଓଡ଼ିଶା ପାଇଁ ଦେଖିଥିବା ଅଧୁରା ସ୍ବପ୍ନକୁ ଆମେ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ବିଜୁ ବାବୁଙ୍କ ଚିନ୍ତାଧାରା ଆଉ ଆଦର୍ଶକୁ ପୁନର୍ଜିବିତ କରି ଓଡ଼ିଆ ଅସ୍ମିତା କିପରି ବିଶ୍ୱ ଦରବାରରେ ପହଞ୍ଚିପାରିବ ସେନେଇ ସଂକଳ୍ପ ନେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ