ପ୍ରଧାମନ୍ତ୍ରୀ ମୋଦୀ ବିଶ୍ବର ସବୁଠୁ ଲୋକପ୍ରିୟ ନେତା ! ଅପ୍ରିୟ ନେତାଙ୍କ ତାଲିକାରେ ଜର୍ମାନୀର ଚାନ୍ସେଲର ଫ୍ରେଡେରିକ୍ ମର୍ଜ
ନୂଆଦିଲ୍ଲୀ, ୧୮ | ୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଭାବେ ମାନ୍ୟତା ମିଳିଛି | ଏକ ଆମେରିକୀୟ ସଂସ୍ଥା ‘ମର୍ଣ୍ଣିଂ କନ୍ସଲ୍ଟ’ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ , ମୋଦୀଙ୍କ ଗ୍ରହଣୀୟତା ରେଟିଂ ୭୦ ପ୍ରତିଶତ ରହିଛି | ତାଲିକାର ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଇ-ମ୍ୟୁଙ୍ଗ୍ (୬୩%) ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଚେକ୍ ଗଣରାଜ୍ୟ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ବାବିସ୍ (୫୫%) | ଅନ୍ୟପଟେ, ବିଶ୍ବର ସବୁଠୁ ଅପ୍ରିୟ ନେତାଙ୍କ ତାଲିକାରେ ଜର୍ମାନୀର ଚାନ୍ସେଲର ଫ୍ରେଡେରିକ୍ ମର୍ଜ ସର୍ବାଗ୍ରେ ରହିଛନ୍ତି । ସର୍ଭେରେ ସାମିଲ ଥିବା ୭୮ ପ୍ରତିଶତ ଲୋକ ମର୍ଜଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡିଛି । ସେହିପରି ଅପ୍ରିୟ ନେତାଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ସୂଚନା ଅନୁସାରେ, ୭୫ ପ୍ରତିଶତ ଲୋକ ମାକ୍ରନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅପ୍ରିୟ ନେତାଙ୍କ ତାଲିକାର ଦଶମ ସ୍ଥାନରେ ରହିଛନ୍ତି।

