ଖୋଲିଲା ହର୍ମୁଜ ପ୍ରଣାଳୀ; ଖୁବ ଶୀଘ୍ର ଇନ୍ଧନ ସମସ୍ୟାର ସମାଧାନ!
ନୂଆଦିଲ୍ଲୀ, ୧୮ | ୪ : ଦିର୍ଘଦିନରୁ ହର୍ମୁଜ ପ୍ରଣାଳୀକୁ ଖୋଲିବା ନେଇ ବିବାଦ ଲାଗି ରହିଥିଲା | ଆମେରିକା – ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଳି ପଡିଥିଲା ହର୍ମୁଜ ପ୍ରଣାଳୀ| ଆଉ ଏହାର ବିଶେଷ ପ୍ରଭାବ ପଡିଥିଲା ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ଇନ୍ଧନ ଜାହାଜ ଉପରେ | ଏବେ ଦୀର୍ଘଦିନର ଅପେକ୍ଷା ପରେ ଆଜି ହର୍ମୁଜ ପ୍ରଣାଳୀ ଖୋଲିବାକୁ ଘୋଷଣା କରିଛି ଇରାନ | ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ନେଇ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ, ତେଲ ଏବଂ ଗ୍ୟାସ ମୂଲ୍ୟରେ ହ୍ରାସ ଘଟୁଥିବାର ପରିଲକ୍ଷିତ ହେଉଛି | ତେବେ ଗ୍ୟାସ ମୂଲ୍ୟରେ ୮.୫ ପ୍ରତିଶତ ହ୍ରାସ ଘଟିଛି , ଏହାସହିତ ତେଲ ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ହ୍ରାସ ହୋଇଛି ।
ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଜାରି ହୋଇଥିବା ଏକ ବାର୍ତ୍ତା ଏବେ ସକାରାତ୍ମକ ଆଡକୁ ଦର୍ଶାଉଛି | ଯେଉଁଥିରୁ ଆଗାମୀ ଦିନରେ ଇରାନ ଏବଂ ଆମେରିକା ମଧ୍ୟରେ ଥିବା ବିବାଦ ଖୁବ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି | ଏହି କାରଣରୁ ତେଲ ଏବଂ ଗ୍ୟାସ ମୂଲ୍ୟ ମଧ୍ୟ ହ୍ରାସ ପାଇଛି । କାରଣ ଭାରତକୁ ୪୦ ରୁ ୫୦ ପ୍ରତିଶତ ତେଲ ଏହି ପ୍ରଣାଳୀ ଦେଇ ଇରାନରୁ ଆସିଥାଏ । ହରମୁଜ ପ୍ରଣାଳୀରେ ବାଧା କାରଣରୁ , ଭାରତ ଏହାର ଅଶୋଧିତ ତୈଳ ଆମଦାନୀରେ ପ୍ରାୟ ୧୫ ପ୍ରତିଶତକୁ ହ୍ରାସ ପାଇଥିଲା। ଏବେ ଏହି ପଥ ଖୋଲିବା ଦ୍ୱାରା ଭାରତରେ ଇନ୍ଧନ ସମସ୍ୟାର ସମାଧାନ ହୋଇପାରିବ |

