ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ନାମରେ ମାମଲା!
ଛତିଶଗଡ଼, ୧୮| ୪: ଛତିଶଗଡ଼ ପାୱାର ପ୍ଲାଣ୍ଟରେ ବଏଲର ବିସ୍ଫୋରଣରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ଏବଂ ଅନେକ ଆହତ ହୋଇଥିବା ଘଟଣାରେ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଏକ ମାମଲା ଦାୟର ହୋଇଛି । ଛତିଶଗଡ଼ର ସକ୍ତି ଜିଲ୍ଲାରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟରେ ଏହି ଘଟଣାଟି ଘଟିଛି | ଏହି ଘଟଣାରେ ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, କମ୍ପାନୀ ପରିଚାଳକ ଦେବେନ୍ଦ୍ର ପଟେଲ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ହୋଇଛି ମାମଲା |
ସୂଚାନଯୋଗ୍ୟ, ଏପ୍ରିଲ ୧୪ରେ ସିଂଗିତାରାଇ ଗାଁରେ ଏହି ବିସ୍ଫୋରଣ ଘଟିଥିଲା ଯେଉଁଥିରେ ୨୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ | ଯାହା ଶିଳ୍ପାନୁଷ୍ଠାନ ଗୁଡିକରେ ଶ୍ରମିକଙ୍କ ସୁରକ୍ଷା ଏବଂ ଦାୟିତ୍ୱ ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଥିଲା।
ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛିଯେ ,ବଏଲର ଫର୍ଣ୍ଣେସ ଭିତରେ ଅତ୍ୟଧିକ ଇନ୍ଧନ ଜମା ହୋଇ ରହିଥିଲା ଯାହା ଫଳରେ ଚାପ ବୃଦ୍ଧି ପାଇଥିଲା, ଏବଂ ପରେ ଏହା ଭୟଙ୍କର ବିସ୍ଫୋରଣର ଘଟିଥିଲା । ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ଏକ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଫର୍ଣ୍ଣେସ ଭିତରେ ରହିଥିବା ଅତ୍ୟଧିକ ଇନ୍ଧନ ଉଚ୍ଚ ଚାପ ସୃଷ୍ଟି କରିଥିଲା, ଯାହା ଫଳରେ ବଏଲରରେ ବିସ୍ଫୋରଣ ହୋଇଥିଲା। ଅନ୍ୟପଟେ, ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ର ଏକ ରିପୋର୍ଟ ମଧ୍ୟ ନିଶ୍ଚିତ କରିଛି ଯେ, ଇନ୍ଧନ ଜମା ହେବା ଏବଂ ଏହା ଫଳରେ ଅତ୍ୟଧିକ ଚାପ ବିସ୍ଫୋରଣର ପ୍ରାଥମିକ କାରଣ ଥିଲା।

