Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୨୩ରେ ନିଯୁକ୍ତି ମେଳା; ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮|୦୪: ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ ।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଇସ୍ପାତ ଓ ଖଣି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଏମ୍ଏସ୍ଏମ୍ଇ ଆଦି ବିଭାଗରେ ଖାଲି ରହିଥିବା ବିଭିନ୍ନ ପଦବି ପାଇଁ ଏହି ନିଯୁକ୍ତି ଦିଆଯିବ । ସୂଚନା ଅନୁସାରେ , ୧୪ଜଣ ଆସୋସିଏଟ୍ ପ୍ରଫେସର, ୭୦ଜଣ ଭିଏଏସ୍/ଏଭିଏଏସ୍, ୪୫ଜଣ ଏସିଏଫ୍, ୧୩୧ଜଣ ଫରେଷ୍ଟ ରେଞ୍ଚର, ୧୯ଜଣ ଆସିଷ୍ଟାଣ୍ଟ କେମିଷ୍ଟ, ୫୮ଜଣ ଖଣି ଅଧିକାରୀ, ୬୩ଜଣ ଏଇଇ, ୧୫୧ଜଣ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରି ଅଫିସରଙ୍କୁ ବଣ୍ଟାଯିବ ନିଯୁକ୍ତି ପତ୍ର |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ