୪୦ ବର୍ଷୀୟ ମହିଳାଙ୍କ ସାଙ୍ଗେ ୨୦ ବର୍ଷର ଯୁବକ ଫେରାର! ଗ୍ରହଣ କଲେନି ପରିବାର
ଲକ୍ଷ୍ନୌ ,୧୮ | ୪ : ପ୍ରେମ ପାଇଁ ସୀମା ପାର କରିବାର ଅନେକ ଉଦାହରଣ ରହିଛି | କିନ୍ତୁ ପ୍ରେମରୁ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ | ଜଣେ ୨୧ ବର୍ଷୀୟ ପୁଅ ସୋସିଆଲ ମିଡିଆରୁ ପାଇଥିବା ପ୍ରେମ ପାଇଁ ଘର ଛାଡି ପଳାଇଛନ୍ତି | ଏହି ଘଟଣା ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏ କଥା ସତ | ଜଣେ ୨୧ ବର୍ଷୀୟ ପୁଅ ସୋସିଆଲ ମିଡିଆରେ ଜଣେ ୪୦ ବର୍ଷୀୟ ବିଧବା ମହିଳାଙ୍କ ପ୍ରେମ ଫାଶରେ ଶେଷରେ ଘର ଛାଡି ପଳାଇଥିଲେ। ତାଙ୍କ ପୁଅ ନିଖୋଜ ହେବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ | ଏହାପରେ ସନ୍ଧାନ ଆରମ୍ଭ ହୋଇଥିଲା ଆଉ ବହୁ ସନ୍ଧାନ ଅନୁସନ୍ଧାନ ପରେ ଶେଷରେ ସେମାନଙ୍କୁ ଆଗ୍ରାର ଜଣେ ୪୦ ବର୍ଷୀୟ ମହିଳାଙ୍କ ଘରୁ ଠାବ କରାଯାଇଥିଲା।
ପ୍ରଥମେ ସୋସିଆଲ ମିଡିଆରେ ୪୦ ବର୍ଷୀୟ ଆଗ୍ରା ମହିଳାଙ୍କ ସହ ବନ୍ଧୁତା ଆଉ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା | ଆଉ ବନ୍ଧୁତା ଶେଷରେ ବିବାହରେ ପରିଣତ ହୋଇଥିଲା | ରିପୋର୍ଟ ଅନୁଯାୟୀ , ଦୁଇଜଣ କାହାକୁ ନକହି କିମ୍ବା କାହାର ଅନୁମତି ନ ନେଇ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ପରିବାର ସେମାନଙ୍କର ଏହି ସମ୍ପର୍କକୁ ଗ୍ରହଣ କରି ନଥିଲେ ।
ତେବେ ଏହା ଗୋଟିଏ ପଟେ ଉକ୍ତ ବିଧବା ମହିଳାଙ୍କ ପାଇଁ ପ୍ରକୃତ ପ୍ରେମ ଦର୍ଶାଉଥିବା ବେଳେ ଅନ୍ୟପଟେ ଆଜିକାଲି ର କ୍ଷଣିକର ଆକର୍ଷଣୀୟ ପ୍ରେମକୁ ଦର୍ଶାଉଛି | ଦୁହିଁଙ୍କ ମଧ୍ୟରେ ୧୯ ବର୍ଷର ବୟସର ବ୍ୟବଧାନ ପରେ ସେମାନଙ୍କର ବିବାହ ପରିବାରକୁ ଆଶ୍ଚର୍ଯ୍ୟ କରିଛି। ଅନଲାଇନ୍ ରେ ପ୍ରେମ ଆଉ ବାସ୍ତବ ଜୀବନର ବିବାହ ସମ୍ପର୍କ ମଧ୍ୟରେ ଆକାଶ ପାତାଳ ଫରକ ରହିଛି | କିନ୍ତୁ ଜଣେ ଯୁବକ ଅନଲାଇନ୍ ରେ ପରିଚୟ ହୋଇ ଜଣଙ୍କ ପାଇଁ ନିଜ ପରିବାରକୁ ଛାଡିବାର ଏହି ନିଆରା କାହାଣୀ ଏବେ ଆଲୋଚନାର ପ୍ରସଙ୍ଗ ସାଜିଛି |

