Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଭାଙ୍ଗିବାକୁ ବବି ଦାସଙ୍କ ଯୋଜନା!

ଭୁବନେଶ୍ୱର, ୧୮ | ୪ : ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ | ଭୋଟ ହାତେଇବାକୁ ବିଭନ୍ନ ଦଳ କରିବେ ଯୋଜନା | ଏବେ ଓଡ଼ିଶାରେ ଶାସନ କ୍ଷମତାରେ ରହିଛି ବିଜେପି ରହିଛି ତେଣୁ କଳେ ବଳେ କୌଶଳେ ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରିବ । ଅନ୍ୟପଟେ, ୨୪ ବର୍ଷ ଶାସନ କ୍ଷମତାରେ ରହିବା ପରେ ପରାଜୟର ସମ୍ମୁଖୀନ ହୋଇ ବିରୋଧୀ ଦଳରେ ରହିଥିବା ବିଜେଡି ନିଜର ପୁରୁଣା ଦବଦବା ବନେଇ ରଖିବାକୁ ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ସବୁ ଜ୍ଞାନ କୌଶଳର ବ୍ୟବହାର କରିବ ।

ଅପରପକ୍ଷରେ, ୨୦୨୪ ନିର୍ଵାଚନ ପରେ ପରାଜୟର ସମ୍ମୁଖୀନ ହୋଇଥିବା ବିଜେଡିର ଗଡ ଦିନକୁ ଦିନ ଭୁଶୁଡିବାରେ ଲାଗିଛି। ଆଉ ଏବେ ଏହାକୁ ଅଧିକ ଦୁର୍ବଳ କରିବାରେ ବବି ଦାସ ମୁଖ୍ୟ ନାୟକ ସାଜିଥିବା ନେଇ ଆଲୋଚନା ଜୋର୍ ଧରିଛି । ଆଲୋଚନା ହେଉଛି କି ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସବୁ ଯୋଜନାକୁ ପଣ୍ଡ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି ବବି ଓରଫ୍ ପ୍ରଣବ ପ୍ରକାଶ ଦାସ। ଏବେ ତାଙ୍କର କାର୍ଯ୍ୟଶୈଳୀ କୁ ନେଇ ଦଳର ମୁଖିଆ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ନିକଟରେ ରାଜ୍ୟସଭା ନିର୍ବାଚନର ବବିଙ୍କ କିଛି ଆନୁଗତ୍ୟ କ୍ରସ ଭୋଟିଂ କରିଥିଲେ । ଦଳ ପକ୍ଷରୁ ହ୍ୱିପ୍ ଜାରି ହୋଇଥିବା ସତ୍ତ୍ୱେ ଅନେକ ନେତା ଦଳ ବିରୁଦ୍ଧରେ ଯାଇ କ୍ରସ ଭୋଟିଂ କରିଥଲେ। ଆଉ ଏହାମଧ୍ୟରେ ବବି ଦାସଙ୍କ ସମ୍ପର୍କୀୟ ତଥା ବିଧାୟକ ସୁବାସିନୀ ଜେନା ରହିଥିଲେ। ଆଉ ଏ କ୍ରସ ଭୋଟିଂ ପଛରେ ବବି ଦାସଙ୍କର୍ ମୁଖ୍ୟ ଭୂମିକା ରହିଛି ବୋଲି ଆଲୋଚନା ହେଉଛି । ଏହାମଧ୍ୟରେ ଦଳର ଅନେକ ନେତା ଦଳ ଛାଡି ଯାଇ ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଦଳ ଭିତରେ ରହି ଦଳୀୟ ନେତା ମାନଙ୍କ ମଧ୍ୟରେ ଦଳର ମୁଖିଆ ଆଉ ପାଣ୍ଡିଆନ୍ ବିରୁଦ୍ଧରେ ବବି ମନ୍ତ୍ର ଫୁଙ୍କୁଛନ୍ତି ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି କି ଯେ, ଶକୁନି ପଣ କରି ଯେଉଁଭଳି କୁରୁବଂଶ କୁ ସମୂଳେ ନାଶ କରିଦେଲା ସେଭଳି ବବି ଦାସ ମଧ୍ୟ ବିଜେଡିକୁ ଧ୍ୱଂସ କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରି ସାରିଛନ୍ତି। ଏପରି ଅଡୁଆ ପରିସ୍ଥିତିରେ ପଞ୍ଚାୟତ ନିର୍ଵାଚନ ପାଇଁ ବିଜେଡି କେଉଁ ଭଳି ରଣନୀତି ଆପଣାଇବ ତାହା ପ୍ରତି ସମସ୍ତଙ୍କ ଉତ୍କଣ୍ଠା ରହିଛି। କାରଣ ଦଳ ଭିତରେ ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ସମସ୍ତଙ୍କ ମନକୁ ଏକାଠି କରି ପଞ୍ଚାୟତ ନିର୍ଵାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ମୁଖିଆଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଆଉ ନିର୍ବାଚନରେ ବବିଙ୍କ ଆଭିମୁଖ୍ୟ କଣ ରହିବ ସେ ପ୍ରତି ମଧ୍ୟ ସମସ୍ତଙ୍କ ନଜର ରହିଛି। ତେବେ ଏ ଆଲୋଚନା କେତେ ଦୂର ସତ ତାହା ଆଗାମୀ ସମୟରେ ଜଣାପଡିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ