ଆଜି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ସିଏମ କିଷାନ ଟଙ୍କା!
ଭୁବନେଶ୍ଵର,୨୦।୪: ଆଜି ହେଉଛି ପବିତ୍ର ପର୍ବ ଅକ୍ଷୟ ତୃତୀୟା । ଏହି ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଛି ବିଶାଳ କାର୍ଯ୍ୟକ୍ରମ। ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଏମ କିଷାନ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ସହାୟତା ରାଶି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ସିଏମ କିଷାନ ସହାୟତା ରାଶିର ଶୁଭାରମ୍ଭ କରିବା ସହିତ ଏହାର ଲାଭ ଏବଂ ଉପକାରିତା ବିଷୟରେ କହିବେ ।
ସୂଚନା ଅନୁସାରେ, ରାଜ୍ୟର ୪୧ ଲକ୍ଷ ୬୮ହଜାର ୫୮୨ ଚାଷୀଙ୍କୁ ଏହି ଖରିଫ ସହାୟତା ଦିଆଯିବାର ରହିଛି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା seeds on wheel କିମ୍ୱା କୃଷି ରଥର ମଧ୍ୟ ଶୁଭାରମ୍ଭ କରାଯିବାର ରହିଛି। ଏହି କାର୍ଯ୍ୟକ୍ରମରେ ବଡ଼ମ୍ବାର ଆଖୁ ଚାଷୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେବେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ -ମୁଖ୍ୟମନ୍ତ୍ରୀ କେ. ଭି. ସିଂହ ଦେଓ, କଟକ ସାଂସଦ ଭର୍ତ୍ତୁହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତ ସିଂହପୁର ସାଂସଦ ଭୀମ ପ୍ରସାଦ ତରାଇଙ୍କ ସମେତ କଟକ ଜିଲ୍ଲାର ସମସ୍ତ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚନା ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଧ୍ୟାନରେ ରଖି ଜିଲ୍ଳା ପ୍ରସାଶନ ଏଵଂ CRRI ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

