Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଯମଜ ଝିଅଙ୍କୁ ଗଳାକାଟି ହତ୍ୟା କଲେ! ହତ୍ୟା ପରେ ନିଜେ ପୋଲିସକୁ କଲ କରି ଜଣାଇଲେ

କାନପୁର,୨୦ା୪: ଉତ୍ତରପ୍ରଦେଶରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା ଯେଉଁଠି ଜଣେ ବାପା ନିଜ ଦୁଇ ଯମଜ ଝିଅଙ୍କୁ ଗଳା କାଟି ହତ୍ୟା କରିଛି | ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କି ହତ୍ୟା କରିବା ପରେ ସେ ନିଜେ ପୋଲିସକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ | ସୂଚନା ଅନୁସାରେ , ଉତ୍ତରପ୍ରଦେଶର କାନପୁରରେ ଜଣେ ୪୮ ବର୍ଷୀୟ ବୟସ୍କ ବ୍ୟକ୍ତି ତାଙ୍କ ୧୧ ବର୍ଷର ୨ ଯମଜ ଝିଅଙ୍କ ଗଳାକାଟି ହତ୍ୟା କରିଛନ୍ତି | ଆଉ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହତ୍ୟା କରୁଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଶଶୀରଞ୍ଜନ ମିଶ୍ରା ସେ ମେଡିକାଲରେ ରିପ୍ରେଜେଣ୍ଟେଟିଭ୍‌ ଭାବେ କାମ କରନ୍ତି | ଶଶୀଙ୍କ ଘର ବିହାର ହୋଇଥିବାବେଳେ ସେ ତାଙ୍କ ସ୍ତ୍ରୀ ରେଶମା, ୨ ଯାଆଁଳା ଝିଅ ରିଦ୍ଧି ଓ ସିଦ୍ଧି ଏବଂ ୬ ବର୍ଷର ପୁଅ ସହ କାନପୁରରେ ରହୁଥିଲେ।

ତେବେ ଦିର୍ଘଦିନରୁ ସ୍ତ୍ରୀଙ୍କ ଅନ୍ୟ କାହା ସହିତ ସମ୍ପର୍କ ରହିଥିବା ନେଇ ସ୍ୱାମୀ ଶଶୀ ସନ୍ଦେହ କରି ଆସୁଥିଲେ | ସେପଟେ ଏହି ଘଟଣା ପରେ, ରେଶମାଙ୍କ କହିବା ଅନୁଯାୟୀ, ଶଶୀଙ୍କର ସନ୍ଦେହ ଦିନକୁ ଦିନ ବଢି ଚାଲିଥିଲା | ଯେଉଁଥିରୁ ସେ ବିଚଳିତ ହୋଇ ଘର ଭିତରେ ଅନେକ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଥିଲେ। ଏପରିକି ତାଙ୍କ ସ୍ତ୍ରୀରେଶମାଙ୍କୁ ତାଙ୍କ ଝିଅମାନଙ୍କ ପ୍ରକୋଷ୍ଠକୁ ଯିବାକୁ ମଧ୍ୟ ଦେଉ ନଥିଲେ | ତେବେ ସବୁ ଦିନ ଭଳି ସେଦିନ ରାତିରେ ମଧ୍ୟ ରାତିରେ ଖାଇସାରିବା ପରେ ଶଶୀ ୨ ଝିଅଙ୍କୁ ନେଇ ଶୋଇବାକୁ ଯାଇଥିଲେ। ଏହାପରେ ରାତି ସାଢ଼େ ୨ଟା ପାଖାପାଖି ସେ ଜଣେ ଝିଅଙ୍କୁ ନେଇ ଓ୍ବାଶରୁମ୍‌ ଯାଇଥିଲେ। ପରେ ରୁମ୍‌କୁ ଫେରିଆସି ଲାଇଟ୍‌ ଲିଭାଇ ଦେଇଥିଲେ। ଆଉ ଏହାର ୨ ଘଣ୍ଟା ପରେ ସେ ପୋଲିସ ଜରୁରୀ ସେବା ନମ୍ବରକୁ କଲ କରି ଡାକିବା ସହିତ ୨ ଝିଅଙ୍କୁ ହତ୍ୟା କରିଥିବା ଘଟଣା ବିଷୟରେ ସମସ୍ତ ତଥ୍ୟ କହିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ