ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି!
ଭୁବନେଶ୍ୱର, ୨୦ | ୪ : ଆସନ୍ତାକାଲି ଓଡିଶାକୁ ଦିନିକିଆ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ପହଞ୍ଚିବା ପରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି | ବିମାନବନ୍ଦର ଅଂଚଳ, ଟ୍ରାଇବାଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମଙ୍କ ଗସ୍ତ ଥିବା ଅଂଚଳରେ ନୋ ଡ୍ରୋନ ଜୋନ୍ ବା ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। ଅର୍ଥାତ ସେସବୁ ଅଞ୍ଚଳରେ ଡ୍ରୋନ କିମ୍ବା ବିମାନ ଉଡାଣ ଭରିପାରିବ ନାହିଁ | ଆସନ୍ତା ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

