ଜାପାନରେ ୭.୪ ତୀବ୍ରତାର ଭୂମିକମ୍ପ: ପାଣିପାଗ ସଂସ୍ଥା ପକ୍ଷରୁ ସୁନାମି ସତର୍କତା ଜାରି
ଜାପାନ, ୨୦ |୪: ଆଜି ଉତ୍ତର ଜାପାନରେ ୭.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି | ଯାହା ଫଳରେ ଜାପାନରେ ବର୍ତ୍ତମାନ ହାଇ ଆଲର୍ଟ ଜାରି ହୋଇଛି । ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ହୋକାଇଡୋ ଏବଂ ଇୱାଟେ ପାଇଁ ପ୍ରଳୟଙ୍କରୀ ସୁନାମି ହେବା ନେଇ ଚେତାବନୀ ଜାରି କରାଯାଇଛି। ଏହାସହିତ ଉକ୍ତ ଦୁଇ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି ରହିଛି।
ଜାପାନର ମୁଖ୍ୟ ଦ୍ୱୀପର ଉତ୍ତର ଭାଗରେ ଅବସ୍ଥିତ ଆଓମୋରି ପ୍ରିଫେକ୍ଚରର ଉପକୂଳରୁ ୫୦ କିଲୋମିଟର ଦୂରରେ ସୁନାମି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ | ସାର୍ବଜନୀନ ପ୍ରସାରକ ଏନ୍ଏଚ୍କେ ଏନେଇ ସୂଚନା ଦେଇଛି | ତେବେ ସୁନାମି ସତର୍କତା ପରେ, ସମୁଦ୍ର ମଧ୍ୟରେ ଥିବା ଜାହାଜଗୁଡିକୁ ତୁରନ୍ତ କୂଳକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ଉପରେ ଗୁରୁତ୍ୱାରୋପ କରି ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଜନ ସାଧାରଣଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ଏବଂ ଏଭଳି ସଙ୍କଟ ସମୟରେ ନାଗରିକମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି।

