Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକ ଜଣକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ ; ରାଜି ନହେବାରୁ ଟ୍ୟୁସନରୁ ଫେରୁଥିବା ସମୟରେ ଉଠାଇନେଇ କଲା ଦୁଷ୍କର୍ମ!

ବଡ଼ମ୍ବା, ୨୦|୪: ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ ଆଉ ଶେଷରେ ନାବାଳିକା ଜଣକ ନିବେଦନ ଗ୍ରହଣ ନ କରିବାରୁ ଶେଷରେ ପ୍ରତିହିଂସା ପରାୟଣ ହୋଇ ନାବାଳିକାଙ୍କୁ ଦୁଷ୍କର୍ମ କଲେ । ପୀଡ଼ିତା ନାବାଳିକା ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଉଠାଇ ନେଇ ଘଟାଇଥିଲା ଅମାନବୀୟ କାଣ୍ଡ । ପରେ ନାବାଳିକାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କାମାନ୍ଧ ଯୁବକକୁ କାବୁ କରି ପୁଲିସ ଜିମାରେ ଦେବା ସହ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ |

ଅଭିଯୁକ୍ତ ଜଣକ ନାବାଳିକାଙ୍କ ବାପା, ମାଆଙ୍କୁ ମଧ୍ୟ ମାରଧର କରିଥିଲା । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ , ପୁଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଛି । ତେବେ ପୀଡ଼ିତା ନାବାଳିକା ଓ ଅଭିଯୁକ୍ତ ବିବାହିତ ଯୁବକର ଡାକ୍ତରୀ ମାଇନା କରାଯାଇଛି | ଏହାପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହାଜର କରାଯାଇଥିବା ସୂଚନା ମିଳିଛି ।

ପୁଲିସର ସୂଚନା ମୁତାବକ, ଭଟ୍ଟାରିକା ପଞ୍ଚାୟତର ସମ୍ପୃକ୍ତ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ପଞ୍ଚାୟତର ବିବାହିତ ଯୁବକ ୪୫ ବର୍ଷୀୟ ବୟସ୍କ ବିଶ୍ୱ ରଞ୍ଜନ ଚୌଧୁରୀ ରାସ୍ତାରେ ଅଟକାଇ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲା । ତେବେ ନାବାଳିକା ଜଣକ ବାରମ୍ବାର ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ଏଥିରେ କ୍ରୋଧିତ ହୋଇ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଥିଲେ |

ସୂଚନା ଅନୁସାରେ, ଗତ ଶନିବାର ରାତି ପ୍ରାୟ ୯ଟା ପାଖାପାଖି ନାବାଳିକା ଜଣକ ଟିଉସନ ସାରି ଘରକୁ ଏକୁଟିଆ ଫେରୁଥିବା ବେଳେ ଯୁବକ ଜଣକ ତାଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ମଠକୁ ଉଠାଇ ନେଇ ଯାଇଥିଲା । ଆଉ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା । ସେପଟେ ଝିଅ ଘରକୁ ଫେରିବାରେ ଡେରି ହେବାରୁ ବ୍ୟସ୍ତ ହୋଇ ବାପା, ମାଆ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ପରେ ଝିଅର ଚିତ୍କାର ଶୁଣି ଉଭୟ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଅଭିଯୁକ୍ତ ବିଶ୍ୱ ରଂଜନ ସେମାନଙ୍କୁ ମାରଧର କରିଥିଲା । ପାଟିତୁଣ୍ଡ ଶୁଣି ଗାଁ ଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ବଡ଼ମ୍ବା ପୁଲିସ ଜିମା ଦେଇଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକ ଜଣକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ସ୍ୱତନ୍ତ୍ର ପୋକ୍ସୋ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପୀଡ଼ିତାଙ୍କ ବ୍ୟାଗ୍, ଚପଲ ଓ ଅନ୍ୟ ଜିନିଷ ଜବତ କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories