Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ୍ ଆଟାକକୁ ବର୍ଷେ ପୁରିଲା: ପ୍ରଧାନମନ୍ତ୍ରୀ ପୋଷ୍ଟ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପାକିସ୍ତାନକୁ କଡା ଚେତାବନୀ ଦେଇ କହିଲେ…

ଶ୍ରୀନଗର, ୨୨ |୪ : ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରିଛି। ଆକ୍ରମଣର ପ୍ରଥମ ବାର୍ଷିକୀରେ ଭାରତ ପହଲଗାମ ସହିଦଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟ କରିଛନ୍ତି | ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ସହିଦମାନଙ୍କୁ ମନେ ପକାଇବା ସହିତ ଆତଙ୍କବାଦ କାର୍ଯ୍ୟକଳାପକୁ କଡା ନିନ୍ଦା କରିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି , “ଗତ ବର୍ଷ ଏହି ଦିନରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ଆମେ ମନେ ପକାଉଛୁ। ସେମାନଙ୍କୁ କେବେ ଭୁଲିହେବ ନାହିଁ। ଏତେ ବଡ କ୍ଷତି ପାଇଁ ମୁଁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଯେ, ଏକ ରାଷ୍ଟ୍ର ଭାବରେ, ଆମେ ଏହି ଦୁଃଖ ଏବଂ ସଂକଳ୍ପର ମୁହୂର୍ତ୍ତରେ ଏକାଠି ହୋଇ ଠିଆ ହୋଇଛୁ। ଭାରତ କେବେବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀଙ୍କ ଯୋଜନା କେବେ ସଫଳ ହେବ ନାହିଁ।

ସୂଚନାଯୋଗ୍ୟ, ୨୦୨୫,୨୨ ଏପ୍ରିଲରେ କଶ୍ମୀରର ପେହଲଗାମ ଅଞ୍ଚଳରେ ଘଟିଥିଲା ଏଭଳି ଅଘଟଣ| ଯେଉଁଠି ପରିବାର ସହିତ ବୁଲିବାକୁ ଯାଇଥିବା ୨୬ ଜଣ ପର୍ଯ୍ୟଟକ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଥିଲେ | ଅଚାନକ ଭାବେ ଘଟିଗଲା ଏଭଳି ଘଟଣା ଯାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ | ଏହା ଭାରତର ଜମ୍ମୁଏବଂ କାଶ୍ମୀରର ପହଲଗାମ ନିକଟରେ ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ଉପରେ ଏକ ଇସଲାମବାଦୀ ଆତଙ୍କବାଦୀ ଆକ୍ରମଣ ଥିଲା , ଯେଉଁଥିରେ ୨୨ ଏପ୍ରିଲ ୨୦୨୫ରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ, ଯଦିଓ ଜଣେ ଖ୍ରୀଷ୍ଟିଆନ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ମୁସଲିମ ରାଇଡ୍ ଅପରେଟର ମଧ୍ୟ ପ୍ରାଣ ହରାଇଥିଲେ। ଏହି ଘଟଣା ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଭାରତରେ ସାଧାରଣ ଲୋକଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ରହିଥିଲା |

ଆତଙ୍କବାଦୀମାନେ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ | ସେମାନଙ୍କୁ ବାଛି ବାଛି ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପର୍ଯ୍ୟଟକଙ୍କୁ ଗୁଳି କରିବା ପୂର୍ବରୁ ସେମାନଙ୍କ ଧର୍ମ ପଚାରିଥିଲେ। ଆକ୍ରମଣକାରୀମାନେ ଇସଲାମିକ କଲମା ପାଠ କରିବାକୁ ମଧ୍ୟ କହିଥିଲେ। ମୃତ ୨୬ ଜଣଙ୍କ ମଧ୍ୟରୁ ୨୫ ଜଣ ପର୍ଯ୍ୟଟକ ଥିଲେ, ଏବଂ ଜଣେ ସ୍ଥାନୀୟ ମୁସଲିମ ପୋନି ରାଇଡ୍ ଅପରେଟର ଥିଲେ ଯିଏ ଆକ୍ରମଣକାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।ଆଉ ବିରୋଧ କରିବାରୁ ତାଙ୍କୁ ଗୁଳି କାଟ୍ରିଥିଲେ ଆତଙ୍କବାଦୀ ମାନେ | ତେବେ ପର୍ଯ୍ୟଟକଙ୍କ ମଧ୍ୟରେ ଅନେକ ନବବିବାହିତ ଦମ୍ପତି ଥିଲେ, ଆଉ ସେମାନଙ୍କୁ ନିର୍ମମ ଭାବେ ସେମାନଙ୍କ ସ୍ତ୍ରୀଙ୍କ ସମ୍ମୁଖରେ ଗୁଳି କରାଯାଇଥିଲା। ଆଉ ସେହି ବଳିଦାନର ପ୍ରତିଶୋଧ ନେବା ପାଇଁ ଭାରତ ସିନ୍ଦୁର ଅପରେସନ ମାଧ୍ୟମରେ ପାକିସ୍ତାନକୁ କଡା ଜବାବ ଦେଇଥିଲା ଭାରତ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories