Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତୀଶଙ୍କ ନିମନ୍ତ୍ରଣ କଂଗ୍ରେସକୁ ସ୍ଵୀକାର, ଅଧୀର ରଞ୍ଜନ କହିଲେ- ବିରୋଧୀ ଏକଜୁଟ୍ ହେଲେ ମୋଦୀ କ୍ଷମତାକୁ ଫେରି ପାରିବ ନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିରୋଧୀ ଚେଷ୍ଟା ଚଳାଇଛନ୍ତି ଯେ, କୌଣସି ପ୍ରକାରେ ବିଜେପିକୁ କ୍ଷମତାରୁ ଗାଦିଚ୍ୟୁତ୍ କରାଯିବ। ଏଥିପାଇଁ ବିରୋଧୀ ଦଳଗୁଡ଼ିକର ନେତାମାନେ ପରସ୍ପରକୁ ଭେଟୁଛନ୍ତି। ହେଲେ ଏହି ସବୁ ସାକ୍ଷାତର ପ୍ରଭାବ କେତେ ରହିବ ତାହା ଆଗାମୀ ସମୟରେ ଜଣା ପଡ଼ିବ। ଏହାକୁ ନେଇ ବିହାରର ରାଜଧାନୀ ପାଟନାରେ ଆସନ୍ତା ମାସରେ ବିରୋଧୀ ଦଳଗୁଡ଼ିକର ମହା ବୈଠକ ହେବାକୁ ଯାଉଛି। ଯେଉଁଥିରେ କଂଗ୍ରେସ ବି ସାମିଲ୍ ହେବ। ଏହାର ସୂଚନା ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଇଛନ୍ତି।

ଅଧୀର ରଞ୍ଜନ କହିଛନ୍ତି, ନୀତୀଶ କୁମାର ପାଟନାରେ ଆୟୋଜିତ ହେବାକୁ ଥିବା ବିରୋଧୀ ଦଳମାନଙ୍କର ବୈଠକରେ ଯୋଗ ଦେବାକୁ ଆମନ୍ତ୍ରିତ କରିଛନ୍ତି। ଏହାକୁ କଂଗ୍ରେସ ସ୍ଵୀକାର କରିଛି। ପୁଣି ଥରେ ବିରୋଧୀ ଏକଜୁଟ୍ ହୋଇଗଲେ ମୋଦୀଙ୍କୁ ନିର୍ବାଚନରେ ହରାଇବାର ସୁଯୋଗ ମିଳିଯିବ। ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଆମେ ଏହି କଥା ବୁଝାଉଛୁ, ମାତ୍ର କିଏ ସହମତ ହେଲେ କିଏ ହେଉ ନାହାନ୍ତି।

କଂଗ୍ରେସର ବରିଷ୍ଠ ନେତା କହିଛନ୍ତି, ଆମେ କିଛି ଆଞ୍ଚଳିକ ପାର୍ଟିକୁ ଦେଖୁଛୁ, ଯାହାଙ୍କର କଂଗ୍ରେସ ସହିତ ଆସିବାରେ ସମସ୍ୟା ରହିଛି। କଂଗ୍ରେସ ପକ୍ଷରୁ ଆମ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନୀତୀଶ କୁମାରଙ୍କୁ ଏହି ଦାୟିତ୍ଵ ଦେଇଥିଲେ ଯେ, ବୈଠକକୁ ଯାହାଙ୍କୁ ଡକାଇବା କଥା ଡକାଇ ପାରିବେ। ଯଦି ବିରୋଧୀ ଏକଜୁଟ ହେବ ତେବେ ମୋଦୀ କ୍ଷମତାକୁ ପୁନର୍ବାର ଫେରି ପାରିବ ନାହିଁ। ନୀତୀଶଙ୍କ ନିମନ୍ତ୍ରଣକୁ ଆମେ ସ୍ଵୀକାର କରୁଛୁ ବୋଲି ଅଧୀର ରଞ୍ଜନ କହିଛନ୍ତି।

ପାଟନାରେ ଜୁନ ୧୨ରେ ବିରୋଧୀଙ୍କ ମହାମେଳି ହେବାକୁ ଯାଉଛି। ରବିବାର ଅନୁଷ୍ଠିତ ଜେଡିୟୁ ବୈଠକ ପରେ ଏହାର ସଙ୍କେତ ମିଳିଛି। ହେଲେ ଏ ପର‌୍ୟ୍ୟନ୍ତ କୌଣସି ପଦାଧିକାରୀ ଏହାର ଆନୁଷ୍ଠାନିକ ସୂଚନା ଦେଇନଥିଲେ ବି ଏହାକୁ ଖଣ୍ଡନ ମଧ୍ୟ କରି ନାହାନ୍ତି। ଏହାର ଘୋଷଣା ଖୋଦ୍ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରିବେ ବୋଲି ନେତାମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ