ୟୁଟ୍ୟୁବର କମେଡିଆନ ମିଷ୍ଟର ଗୁଲୁଆ ଭିଡିଓ କରି ନିଜ ସ୍ତ୍ରୀକୁ କହିଲେ କାଳଗ୍ରହ…..
ଭୁବନେଶ୍ୱର, ୨୨।୪: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ସୋସିଆଲ ମିଡ଼ିଆ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ଦାମ୍ପତ୍ୟ ଝଗଡା। ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଉଭୟଙ୍କ ମଧ୍ୟର ଝଗଡା ଏକ ବଡ଼ ଚର୍ଚ୍ଚାର ବିଷୟ ସାଜିଛି। ଝଗଡାର ପ୍ରମୁଖ କାରଣ ହେଉଛି ପରକ୍ରୀୟା ପ୍ରୀତି। ଗୁଲୁଆଙ୍କର ଅନେକ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ପତ୍ନୀ ବର୍ଷା ଅଭିଯୋଗ କରିଛନ୍ତି | ଏହାକୁ ନେଇ ଲଗାତାର ଭାବେ ଉଭୟ ଉଭୟଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରୁଛନ୍ତି। ଗତକାଲି ମିଷ୍ଟର ଗୁଲୁଆ ସୋସିଆଲ ମିଡିଆରେ ଏକ ଭିଡିଓ କରି କହିଛନ୍ତି ଯେ, “ଆଲ୍ୟୁମିନି ପଇସା ନେବା ପାଇଁ ବର୍ଷା ଷଡ଼ଯନ୍ତ୍ର ରଚୁଛନ୍ତି | ଡ୍ରେସ କିଣିବା ପାଇଁ ମୋ ପରିବାର ସଦସ୍ୟଙ୍କ ସହ ଯାଇଥିବା ସମୟରେ ଫୋଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ମୋର ଆଉ କାହା ସହିତ ସମ୍ପର୍କ ଥିବା ନେଇ ଉଲ୍ଲେଖ କରୁଛନ୍ତି | ସେ ସିଧାସଳଖ ବର୍ଷାଙ୍କ କାଳ ଗ୍ରହ ବୋଲି କହିଛନ୍ତି | ସେ ଆହୁରି କହିଛନ୍ତିଯେ, ଦୁଇ ବର୍ଷ ହେବ ସେ ଆଉ ବର୍ଷା ଅଲଗା ରହି ଆସୁଛନ୍ତି | ଏପରିକି ମ୍ୟୁଚାଲ ଡାଇଭର୍ସ ଆପ୍ଲାଏ କରି ବର୍ଷା ତାଙ୍କଠୁ ୧୦ ଲକ୍ଷ ଟଙ୍କା ନେବା ସହିତ ତାଙ୍କର ସୁନାଗହଣା ଏବଂ ଅନ୍ୟାନ୍ୟ ଜିନିଷ ନେଇ ସାରିଛନ୍ତି | ଏତେ ସବୁ ପରେ ବି ସେ ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ଜାରି ରଖିଥିବା କଥା ଗୁଲୁଆ କହିଛନ୍ତି | ସେ ବର୍ଷାଙ୍କୁ ଆକ୍ଷେପ କରି କହିଛନ୍ତିଯେ ସେ ନିଜର ଉଦ୍ଧତ ପଣ ଯୋଗୁଁ ନିଜ ସଂସାରରେ ନିଆଁ ଲଗାଇ ଛାରଖାର କରିଛନ୍ତି |”
ତେବେ କିଛି ମାସ ପୂର୍ବରୁ, ୟୁଟ୍ୟୁବର ବର୍ଷା ସୋସିଆଲ ମିଡିଆରେ ଆସି ତାଙ୍କ ସ୍ୱାମୀ ଗୁଲୁଆଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୁଲୁଆଙ୍କ ସହ ବିବାହ ସମୟରେ ତାଙ୍କ ବାପା ନୂଆ ଘର ସମେତ, ଏକ କାର, ବୁଲେଟ ବାଇକ ଏବଂ ଅନେକ ସମ୍ପତ୍ତି ଦେଇଥିଲେ, ଏପରିକି ତାଙ୍କ ବିବାହର ସବୁ ଖର୍ଚ୍ଚ ମଧ୍ୟ ବର୍ଷାଙ୍କ ବାପା ଉଠାଇଥିଲେ। ତେବେ ବିବାହର କିଛି ମାସ ପରେ ଉଭୟଙ୍କ ସମ୍ପର୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ଷାଙ୍କ କହିବା ଅନୁସାରେ, ଗୁଲୁଆ ଙ୍କର ଅନେକ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଏହା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହିଥିଲେ।

