ଲଣ୍ଡନରେ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ଆଧାରିତ ଫିଲ୍ମ “Shunya: Being Prafulla Mohanti” UK Asian Film Festivalରେ ପ୍ରଦର୍ଶିତ ହେବ
ନୂଆଦିଲ୍ଲୀ ,୨୨ | ୪ : ଆଗାମୀ ଦିନରେ ରିଲିଜ ହେବାକୁ ଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ “ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି”ର ୬ ମଇ ୨୦୨୬ରେ ୟୁକେର ରିଭରସାଇଡ୍ ଷ୍ଟୁଡିଓରେ ଆୟୋଜିତ ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ବିଶ୍ୱ ପ୍ରିମିୟର ହେବ। ଏହି ଫିଲ୍ମଟି ପ୍ରସିଦ୍ଧ ଓଡ଼ିଆ କଳାକାର ଓ ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କ ଜୀବନ ଓ ଚିନ୍ତାଧାରାର ଏକ ଶ୍ରେଷ୍ଠ ନିଦର୍ଶନ |
ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରର ନିର୍ଦେଶକ ରାଉଲକେଲା ଜନ୍ମିତ ସୌମ୍ୟ ଜ୍ୟୋତି ପ୍ରତିହାରୀ ଲଣ୍ଡନ ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ ରତ ଥିଲାବେଳେ ଫିଲଟିକୁ ଆରମ୍ଭ କରିଥିଲେ | ନିର୍ଦ୍ଦେଶକ ପ୍ରତିହାରୀ ପ୍ରାୟ ପାଞ୍ଚ ବର୍ଷ ଧରି ମହାନ୍ତିଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ । ଆଉ ତାଙ୍କ ସହ କାମ କରୁଥିବା ସମୟରେ ସେ କେବଳ ତାଙ୍କ କଳାତ୍ମକ ପ୍ରକ୍ରିୟାକୁ ନୁହେଁ ବରଂ ତାଙ୍କ ଜୀବନଧାରା କୁ ଫିଲ୍ମ ମାଧ୍ୟମରେ ରୂପ ଦେବାକୁ ଚେଷ୍ଟା କରିଛନ୍ତି । ଯାହା ଚଳଚ୍ଚିତ୍ରକୁ ବେଶ୍ ଭାବନାତ୍ମକ କରିବା ସହିତ ସତ୍ୟର ଆଭାସ ପ୍ରତୀତ ହୋଇଛି ।
ଏହି “Shunya” ଚଳଚ୍ଚିତ୍ର ଭିଜୁଆଲ୍ ଷ୍ଟୋରିଟେଲିଂ ଓ ବ୍ୟକ୍ତିଗତ ମୁହୂର୍ତ୍ତ ଗୁଡିକ ଦ୍ୱାରା ମହାନ୍ତିଙ୍କ ସମଗ୍ର କାର୍ଯ୍ୟ ଜୀବନର “ଶୂନ୍ୟତା” କିମ୍ୱା “ଅନନ୍ତତା”ର ତତ୍ତ୍ୱକୁ ଉଜାଗର କରିବାକୁ ଚେଷ୍ଟା କରିଛି । ଏହି ଚଳଚ୍ଚିତ୍ରଟି ତାଙ୍କର ବିଭିନ୍ନ ସ୍ଥାନ ଏବଂ ସଂସ୍କୃତି ମଧ୍ୟରେ ଯାତ୍ରାକୁ ଅନୁସରଣ କରେ, ଯେଉଁଥିରେ ସେ କିପରି ଭିନ୍ନ ଭିନ୍ନ ଦୁନିଆ ମଧ୍ୟରେ ଜୀବନଯାପନ କରନ୍ତି ତାହା ଏଥିରେ ଦର୍ଶାଯାଇଛି।

