Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରଙ୍କ ନୂଆ ପଦକ୍ଷେପ , ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ୨୩ ଜିଲ୍ଲାର ୫୦ରୁ ଅଧିକ ସ୍ଥାନ ନାମ ପରିବର୍ତ୍ତନ ସୁପାରିଶ

ଭୁବନେଶ୍ୱର, ୨୩ | ୪ : ଓଡ଼ିଶା ସରକାରଙ୍କ ବଡ ପଦକ୍ଷେପ | ବିଭିନ୍ନ ଜିଲ୍ଲାର ନାମ ହେବ ସଂଶୋଧନ | ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ ବନାନ ନାମ ଏଣିକି ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀରେ ଲେଖାହେବ। ଦିର୍ଘଦିନୁ ଧରି ବ୍ୟବହାର ହୋଇ ଆସୁଥିବା ବିଭିନ୍ନ ସ୍ଥାନର ଇଂରାଜୀ ବନାନଗୁଡ଼ିକର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡଃ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର କମିଟି ବିଭିନ୍ନ ପ୍ରସ୍ତାବର ସମୀକ୍ଷା କରି ମୋଟ ୫୮ଟି ସ୍ଥାନର ନାମ ସଂଶୋଧନ ପାଇଁ ସୁପାରିଶ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଓ ବ୍ଲକଗୁଡ଼ିକର ବ୍ୟବହୃତ ଇଂରାଜୀ ବନାନକୁ ଓଡ଼ିଆ ନାମ ଅନୁରୂପ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ପୂର୍ବରୁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କଠୁ ପ୍ରସ୍ତାବ ଲୋଡ଼ାଯାଇଥିଲା। ଆଉ ଏହା ପରେ ଶ୍ରୀମତୀ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୋଟ ୫୮ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ପାଇଁ ସୁପାରିଶ କରାଯାଇଛି ।
ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅରବିନ୍ଦ ପାଢ଼ୀ ରାଜ୍ୟର ସମସ୍ତ ସାଂସଦ, ବିଧାୟକ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି | ଏହାସହିତ ବିଭାଗ ପକ୍ଷରୁ ଜନସାଧାରଣଙ୍କଠୁ ମତାମତ ଓ ପରାମର୍ଶ ଲୋଡ଼ିଛି । ଆଜିଠୁ ଏକମାସ ପର୍ଯ୍ୟନ୍ତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଠିକଣାରେ ଚିଠି କିମ୍ବା ଇ-ମେଲ୍ ମାଧ୍ୟମରେ ଜନସାଧାରଣଙ୍କୁ ମତାମତ ପଠାଇବାକୁ କୁହାଯାଇଛି।
ତେବେ ରାଜ୍ୟର ପ୍ରମୁଖ ଜିଲ୍ଲା ଗୁଡିକର ନାମ ସଂଶୋଧନ ହେବାର ରହିଛି | ଏହି ତାଲିକାରେ ଅନେକ ଜିଲ୍ଲା ଏବଂ ସଦର ମହକୁମାର ନାମ ପରିବର୍ତ୍ତନ କରିବାକୁ ନେଇଛନ୍ତି ନିଷ୍ପତ୍ତି ସରକାର । ସେଥିରେ ଐତିହାସିକ ସହର କଟକକୁ ଏଣିକି KATAKA , ଖୋରଧାକୁ KHORDHA ,କେନ୍ଦ୍ରାପଡ଼ାକୁ KENDRAPADA , ଅନୁଗୋଳକୁ ANUGOLA , ବଲାଙ୍ଗୀରକୁ BALANGIR , ବାଲେଶ୍ୱରକୁ BALESHWAR ଓ ବରଗଡ଼କୁ BARAGADA ଭାବେ ଲେଖାଯିବ। ସେହିପରି ଦେବଗଡ଼କୁ DEBAGADA, କେନ୍ଦୁଝରକୁ KENDUJHAR , ନୟାଗଡ଼କୁ NAYAGADA , ସୋନପୁରକୁ SONPUR ଓ ସୁନ୍ଦରଗଡ଼କୁ SUNDARAGADA ବନାନ ଲେଖାଯିବାକୁ ସୁପାରିଶ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories