ସଖୀ ସେଣ୍ଟରରେ ଝୁଲି ପଡିଲେ ନାବାଳିକା
ପ୍ରେମିକ ପରେ ଜୀବନ ହାରିଲା ପ୍ରେମିକା । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟର ବାଥରୁମରେ ଝୁଲି ପଡିଲା ନାବଳିକା ପ୍ରେମିକା । ଗତକାଲି ପ୍ରେମିକ ମୋଟଙ୍ଗା ଥାନା ନିମିଧା ଗାଁର ପ୍ରେମିକ ବେନୁପାଣି ସାହୁ ଆତ୍ମହତ୍ୟା କରିଥିଲା । ଅନୁଗୋଳ ସଦର ଥାନା ଅଂଚଳର ନାବାଳିକା ପ୍ରେମିକା ସହ କିଛିଦିନ ପୂର୍ବରୁ ଫେରାର ହୋଇ ଯାଇଥିଲେ ଉଭୟ । ପୋଲିସ ତଦନ୍ତ କରି ଉଭୟଙ୍କୁ ଉଦ୍ଧାର କରିଥିବା ବେଳେ ନାବଳିକା କୁ ସଖୀ ସେଣ୍ଟରରେ ରଖାଯାଇ ଥିଲା । ଗତକାଲି ପ୍ରେମିକ ଆତ୍ମହତ୍ୟା କରିଥିବା କଥା ଜାଣି ପାରିବା ପରେ ବିଳମ୍ବିତ ରାତିରେ ପ୍ରେମିକା ଜୀବନ ହାରିଛି । ପ୍ରେମିକର ଆତ୍ମହତ୍ୟା ସହି ନପାରି ଏଭଳି କରିଥିବା କୁହା ଯାଉଛି । ତା ସହିତ ସଖୀ ସେଣ୍ଟର କର୍ମଚାରୀ ଏବଂ ସିକ୍ୟୁରିଟି ଗାର୍ଡ ରହି କିପରି ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରିଛି।

