Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶର ୨ ପ୍ରଧାନମନ୍ତ୍ରୀଙ୍କୁ ନେଇ ପୋଷ୍ଟର ଓ୍ବାର; ‌ନେହେରୁ-ମୋଦୀଙ୍କ ଭିତରେ କିଏ ବଡ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂତନ ସଂସଦ ଭବନର ଉଦ୍‌ଘାଟନ କରିଥିବାବେଳେ ପୁଣି ମୋଦୀଙ୍କୁ ତାତ୍ସଲ୍ୟ କରିଛି କଂଗ୍ରେସ। ଉଦ୍‌ଘାଟନୀ ସମୟରେ ଆରମ୍ଭ ହୋଇଛି ଦେଶର ଦୁଇ ପ୍ରଧାନମନ୍ତ୍ରୀଙ୍କୁ ନେଇ ପୋଷ୍ଟର ୱାର। ନୂଆ ସଂସଦ ଭବନର ଉଦଘାଟନୀ ବେଳେ କଂଗ୍ରେସ ଅଫିସିଆଲ ଟ୍ୱିଟ୍ ପେଜରେ ଏକ ଫଟୋ ପୋଷ୍ଟ ହୋଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ‌ଜୋର ଧରିଛି। ଏହି ଫଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏକ ବଡ଼ ଫଟୋ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛୋଟ ଫଟୋ ରହିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସର ଏପରି ତୁଳନାତ୍ମକ ବିଚାର ଅପମାନଜନକ ବୋଲି କୁହାଯାଇଛି।

ଏହି ଫଟୋରେ କ୍ୟାପସନ ଦେଇ କଂଗ୍ରେସ ଲେଖିଛି, ‘ଯେତେ ପ୍ରୟାସ କଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ବରାବର ହୋଇପାରିବେ ନାହିଁ । ‌‌ନେହେରୁଙ୍କ ପାଖରେ ମୋଦୀ ବହୁତ ଛୋଟ। ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନକୁ ଉଦଘାଟନ କରିଛନ୍ତି ଏବଂ ଏକ ନୂଆ ଦେଶ ଗଢିବା ପାଇଁ ଆଶା ରଖିଛନ୍ତି।

ବିଜେପି ଏହାର ବାବରେ ଆଉ ଏକ ଫଟୋକୁ ପୋଷ୍ଟ କରି ଲେଖିଛି ‘ନେହେରୁଙ୍କ ସତ’ । ଅର୍ଥାତ୍ ବିଜେପି ଲେଖିଛି ଯେ ରିଅଲ୍ ଲାଇଫରେ ନେହେରୁଙ୍କ ପଦ ବଡ଼ । କିନ୍ତୁ ରିଲ୍ ଲାଇଫରେ କଂଗ୍ରେସ ତାଙ୍କୁ ବଡ଼ ବୋଲି ଦର୍ଶାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ