Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଉଣୀର କଙ୍କାଳକୁ ବୋହି ବ୍ୟାଙ୍କକୁ ନେବା ଘଟଣା; ସମସ୍ତ ବ୍ୟାଙ୍କ ଜମା ସହ ରେଡକ୍ରସ୍‌ରୁ ପାଇଲେ ୨୦ ହଜାର…

ପାଟଣା, ୨୮।୪ : ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ବାସିନ୍ଦା ଜିତୁ ମୁଣ୍ଡା ନିଜର ମୃତ ଭଉଣୀର କଙ୍କାଳକୁ ବୋହି ବ୍ୟାଙ୍କକୁ ନେଇ ଯାଇଥିଲେ | ଏହି ଖବର ପ୍ରସାରିତ ହେବା ପରେ ଆକ୍ସନ ମୋଡ଼ରେ ପ୍ରଶାସନ | ଏବେ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି ବ୍ୟାଙ୍କ କର୍ମଚାରୀ । ଘରେ ପହଞ୍ଚି ବ୍ୟାଙ୍କରେ ଜମା ଥିବା ସମସ୍ତ ୧୯ ହଜାର ୪୦୨ ଟଙ୍କା ସମେତ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଅତିରିକ୍ତ ତହସିଲଦାର, ପାଟଣା ବିଡିଓ, ବ୍ୟାଙ୍କ ଅଧିକାରୀ ତିନି ଜଣ ଲିଗାଲ ହେୟାରଙ୍କ ସମ୍ମୁଖରେ ଜିତୁ ମୁଣ୍ଡାଙ୍କୁ ଟଙ୍କା ହସ୍ତାନ୍ତର କରିଥିବା ଜଣାପଡିଛି ।

ସୂଚାନଯୋଗ୍ୟ, କେନ୍ଦୁଝର ଜିଲ୍ଲା ମଲ୍ଲୀପଶୀ ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ବ୍ରାଞ୍ଚରେ ୫୫ ବର୍ଷର କାଲାରା ମୁଣ୍ଡାଙ୍କ ବ୍ୟାଙ୍କ ଖାତାରେ ୧୯ ହଜାର ୩୦୦ ଟଙ୍କାର ଜମା ରାଶି ଥିଲା । ପେଟ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଭଉଣୀ କାଲାରା ମୁଣ୍ଡାଙ୍କର ଦୁଇ ମାସ ତଳେ ମୃତ୍ୟୁ ହୋଇଯାଇଥିଲା। ଭଉଣୀର ମୃତ୍ୟୁ ପରେ ଭାଇ ଜିତୁ ମୁଣ୍ଡା ଭଉଣୀଙ୍କ ଟଙ୍କା ଉଠାଣ ପାଇଁ ବାରମ୍ବାର ବ୍ୟାଙ୍କ ଯାଇ ନିରାଶ ହୋଇ ଫେରୁଥିଲେ | ସେପଟେ ଟଙ୍କା ଉଠାଇବା କଥାରେ ବ୍ୟାଙ୍କ ଅଫିସର ସିଧା ସିଧା କହିଥିଲେ ଯେ, ଯାହା ନାମରେ ଟଙ୍କା ଅଛି ସେ ନିଜେ ଆସିବାକୁ ପଡ଼ିବ, ନହେଲେ ବ୍ୟାଙ୍କ ଟଙ୍କା ଦେବନାହିଁ। ତେଣୁ ବାଧ୍ୟ ହୋଇ ଶେଷରେ ସାନ ଭାଇ ଜିତୁ ମୁଣ୍ଡା ମୃତ ଭଉଣୀର ଶବକୁ କବର ଭିତରୁ ବାହାର କରି ବ୍ୟାଙ୍କ ସମ୍ମୁଖରେ ରଖି ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ