Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଉଣୀର ଜମା ଟଙ୍କା ଉଠାଇବା ପାଇଁ କଙ୍କାଳକୁ ବୋହି ବ୍ୟାଙ୍କକୁ ନେବା ଘଟଣା , NHRCରେ ରୁଜୁ ହେଲା ମାମଲା

ପାଟଣା , ୨୯ ।୪ : ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା ସାରା ରାଜ୍ୟଠୁ ଦେଶ ପର୍ଯ୍ୟନ୍ତ ବ୍ୟାପିଛି | କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଏହି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି | ଏବେ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ଉଠାଇବାକୁ ଯାଇଥିଲେ | ସେଠାରେ ବ୍ୟାଙ୍କ ପରିଚାଳକ ତାଙ୍କୁ ପ୍ରମାଣ ମାଗିଥିଲେ | ଉପଯୁକ୍ତ ପ୍ରମାଣ ନ ଥିବାରୁ ବ୍ୟାଙ୍କ୍ରୁ ବାରମ୍ବାର ନିରାଶ ହୋଇ ଫେରୁଥିଲେ ଜିତୁ ମୁଣ୍ଡା | ଶେଷରେ ପ୍ରମାଣ ପାଇଁ ଜିତୁ ସିଧାସଳଖ କବର ଭିତରୁ ନିଜ ଭଉଣୀଙ୍କ କଙ୍କାଳ କାଢି ବସ୍ତାରେ ବୋହି ନେଇ ବ୍ୟାଙ୍କରେ ପହଞ୍ଚିଥିଲେ। ଏହି ଘଟଣା ପରେ ଗଣମାଧ୍ୟମ ଠାରୁ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଥିଲା। ଯାହା ପରେ ଗତକାଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି । ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ। ଏହାସହିତ ଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ମଧ୍ୟ ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟ, ୫୦ବର୍ଷୀୟ ବୟସ୍କ ଜିତୁ ମୁଣ୍ଡା ନିଜର ୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ରୁହନ୍ତି । ବଡ଼ଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡାଙ୍କ ବିବାହ ହୋଇ ସାରିଛି | ଜିତୁ ଓ ବଡ଼ ଭଉଣୀ କାଲରା ଅବିବାହିତ ଥିଲେ। ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ଼ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍‌ରେ ୧୯,୩୦୦ ଟଙ୍କା ଜମା କରିଥିଲେ । ନୋମିନୀ ଭାବେ ବଡ଼ଭାଇଙ୍କ ନାଁ ରହିଛି । ଦେଢ଼ ବର୍ଷ ପୂର୍ବରୁ ବଡଭାଇ ରଇବୁଙ୍କ ମୃତ୍ୟୁ ହୋଇ ସାରିଛି । ୫୫ ବର୍ଷୀୟ ବୟସ୍କ ଭଉଣୀ କାଲରାଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ଏହାପରେ କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଜମା ଟଙ୍କା ଉଠାଇବାକୁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ । ବ୍ୟାଙ୍କ୍‌ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ । କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍‌କୁ ବାରମ୍ବାର ଯାଇଥିଲେ । ତେବେ ବ୍ୟାଙ୍କ୍‌ ଅଧିକାରୀ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ । ଶେଷରେ ଜିତୁ ମୁଣ୍ଡା ଶ୍ମଶାନରୁ ବଡ଼ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍‌କୁ ଯାଇଥିଲେ । ବ୍ୟାଙ୍କ୍‌ ସମ୍ମୁଖରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ । ବ୍ୟାଙ୍କ୍‌ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍‌ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା | ଏହାପରେ ପ୍ରଶାସନ ଆକ୍ସନ ମୋଡ଼ରେ ଶେଷରେ ବ୍ୟାଙ୍କ କର୍ମଚାରୀ ଜିତୁଙ୍କୁ ତାଙ୍କ ଜମା ଟଙ୍କା ଫେରାଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories