Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବସନ୍ତପଡ଼ାର ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

କଳାହାଣ୍ଡି: ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀପଲ ଦଳିଦେବାରୁ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମ୍ରୁତ୍ୟୁ ଘଟିଛି ! ମ୍ରୁତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗାଁର ବାଙ୍ଗରା ମାଝୀ(୫୪) ! ସେ ଆଜି ସକାଳୁ ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀପଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ! ହାତୀ ପଲ ଦଳିଦେବାରୁ ତାଙ୍କ ଶରୀର ସଂପୂର୍ଣ୍ଣ ଭାବେ ଖିନଭିନ ହୋଇଯାଇଛି ! ଏ ସଂପର୍କରେ ଖବର ପାଇ ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ! ମ୍ରୁତ ବାଙ୍ଗରାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ଦାବି ହେଉଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ