Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଚୋରି! ଅନ୍ଧାର ରାତିର ସୁଯୋଗ ନେଇ ଲୁଟିନେଲେ ୪୦ ଲକ୍ଷର ଅଳଙ୍କାର

ନୟାଗଡ଼, ୧ |୫ : ନୟାଗଡର ଜିଲ୍ଲା ଜାମୁକୋଣ ପାହାଡ଼ରେ ଅବସ୍ଥିତ ଥିବା ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଲେ ଦୁର୍ବୁତ୍ତ । ପ୍ରାୟ ୪୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି |

ଆସନ୍ତାକାଲି କାଳବୈଶାଖୀ ପ୍ରଭାବରୁ ପ୍ରବଳ ବର୍ଷା ସହ ଝଡ଼ ତୁଫାନ ଲାଗ ରହିଥିଲା | ବର୍ଷା ପବନ ଏବଂ ଯୋଗୁଁ ଲାଇନ ନଥିଲା । ଯାହା ଫଳରେ ସିସି କ୍ୟାମେରା ବି ବନ୍ଦ ହୋଇଯାଇଥିଲା । ଆଉ ଏହି ଅନ୍ଧାରର ସୁଯୋଗ ନେଇ ଲୁଟିନେଲେ ମା’ ପିନ୍ଧିଥିବା ସମସ୍ତ ଅଳଙ୍କାର । ମୁଖ୍ୟ ଫାଟକକୁ କାଟି ଗୁମ୍ଫା ଭିତରେ ପ୍ରବେଶ କରି ଲୁଟ କରିଛନ୍ତି। ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ଲୁଟେରା ତାଙ୍କୁ ଚକମା ଦେଇ ଲୁଟ କରିଛନ୍ତି | ଘଟଣାସ୍ଥଳରେ ଶରଣକୁଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories