ଆସନ୍ତା ୫ପର୍ଯ୍ୟନ୍ତ ରହିବ କାଳବୈଶାଖୀର ପ୍ରଭାବ; ବଜ୍ରପାତ, ବର୍ଷା ଏବଂ ପବନ ସହ ୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର, ୧ | ୫ : ଏବେ କାଳବୈଶାଖୀ ଯୋଗୁଁ ରାଜ୍ୟର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଜାରି ରହିବ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲା ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ବର ଆଦିକୁ ବଜ୍ରପାତ ସତର୍କତା ଜାରି କରାଯାଇଛି |
ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ସହ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୋଆ ସିଇସି ଶରତ ସାହୁଙ୍କ ଆକଳନ ଅନୁସାରେ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ତେବେ ୧୦ ତାରିଖ ପରଠୁ ତାପମାତ୍ରାରେ ପରିବର୍ତ୍ତନ ହେବ | ଏ ନେଇ ଶରତ ସାହୁ ସୂଚନା ଦେଇଛନ୍ତି |

