Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି! ଶ୍ରମିକ ଦିବସରେ ବଢ଼ାଇଲେ ଦୈନିକ ମଜୁରୀ

ଭୁବନେଶ୍ୱର,୨।୪: ଶ୍ରମିକ ଦିବସରେ ଶ୍ରମିକମାନଙ୍କ  ପାଇଁ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ  ଘୋଷଣା କରିଛନ୍ତି। ।  ଶ୍ରମିକମାନଙ୍କ ଦୈନିକ ମଜୁରୀ ବଢ଼ାଇଛନ୍ତି ସରକାର। ଏହି ଖବରରେ ଶ୍ରମିକ ମାନଙ୍କ ଗହଣରେ ଖୁସିର ଛାୟା ଖେଳି ଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ରହିଛି ୫୨୨ ଟଙ୍କା ।  ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କାକୁ ବୃଦ୍ଧି ପାଇବାକୁ ଥିବାବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କାକୁ ବୃଦ୍ଧି ଘୋଷଣା କରାଯାଇଛି। ଗତ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ ବୋଲି ସୂଚନାରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories