Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଏମ୍‌ସି-ବିଡିଏ ପକ୍ଷରୁ ଆଜି ସାଲିଆସାହିରେ ଉଚ୍ଛେଦ ପ୍ରକ୍ରିୟା : ୮୦ ଘର ଭଙ୍ଗାଯିବ

ଭୁବନେଶ୍ବର, ୨ | ୫: ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ପକ୍ଷରୁ ସାଲିଆସାହି ଉଚ୍ଛେଦ ଆରମ୍ଭ ହୋଇଛି । ଆଜିଠୁ ହେବ ଏହି ଉଚ୍ଛେଦ କାମ । ଏକ୍ରାମ କାନନ ନିକଟରେ ଥିବା ପ୍ରାୟ ୮୦ ଘର ଭାଙ୍ଗିବା ନେଇ ପ୍ରସ୍ତୁତି କରିଛି ବିଏମ୍‌ସି। ଉଚ୍ଛେଦ ସ୍ଥାନରେ ବିଡିଏ ଜଏଣ୍ଟ କମିଶନର, ଡେପୁଟି କମିସନର ଉପସ୍ଥିତ ରହିଛନ୍ତି। 

ଏକାମ୍ରକାନନରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ଯାଉଥିବା ୨୦୦ ଫୁଟିଆ ରାସ୍ତାନିର୍ମାଣ ପାଇଁ ଏହି ଘର ଭଙ୍ଗା ଯିବ । ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ରାସ୍ତାର ଉନ୍ନତିକରଣ ପାଇଁ ପ୍ରାୟ ୬୦୦ ଘର ଭଙ୍ଗା ସରିଛି । ଏଥିରେ ବସ୍ତି ବାସିନ୍ଦା ବିରୋଧ କରିଥିଲେ | ଉଚ୍ଛେଦ ପ୍ରକ୍ରିୟାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories