ଆଉ କିଛି ଘଣ୍ଟା ପରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ; ମାର୍କ କିପରି ଦେଖିବେ ଜାଣନ୍ତୁ…
ଭୁବନେଶ୍ୱର, ୨ |୫ : ଆଉ ମାତ୍ର କିଛି ଘଣ୍ଟା ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ | ଅପରାହ୍ନ ୪ ଟାରେ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ଏକାସାଙ୍ଗରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ , ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ |
ତେବେ ଛାତ୍ର ଛାତ୍ରୀ ମାନେ ସନ୍ଧ୍ୟା ୬ ଟା ପରେ ବୋର୍ଡର ଅଫିସିଆଲ ୱେବସାଇଟ -www.bseodisha.ac.in,https://www.bseodisha.nic.in ଅଥବା SMS ମାଧ୍ୟମରେ ଦଶମ (Roll No) ଟାଇପ୍ କରି ୫୬୭୬୭୫୦ ନମ୍ବରକୁ ପଠାଇବା ପରେ ନିଜର ରେଜଲ୍ଟ ବିଷୟରେ ଅବଗତ ହୋଇ ପାରିବେ | କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ମିଳିବ | ସୋମବାର ଠାରୁ ଛାତ୍ର ଛାତ୍ରୀ ଏହାକୁ ଡାଉନଲୋଡ କରିପାରିବେ |

