ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଶକ୍ତିଶ୍ରୀ ଆପ୍- ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ଵର, ୨ |୫: ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍। ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ କରିଛନ୍ତି। ଭୁବନେଶ୍ୱର ଲୋକସଭା ଭାବନାରେ ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ଅବସରରେ ଏହି ଆପ୍ ର ଉନ୍ମୋଚିତ ହୋଇଛି | ମହିଳା ସଶକ୍ତିକରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ଏହାସହିତ ଏହି ଆପ ମାଧ୍ୟମରେ ବିଶ୍ୱବିଦ୍ୟାଳୟ , କଲେଜରେ କାର୍ଯ୍ୟରତ ଥିବା ମହିଳା ଏବଂ ଛାତ୍ରୀ କୌଣସି ଅଘଟଣ ଘଟିବ ସମୟରେ ରିପୋର୍ଟ କରିପାରିବେ | ଏହି ଆପ ମହିଳାଙ୍କ ମନରେ ସାହସ ଏବଂ ଆତ୍ମବିଶ୍ୱାସ ଭରିବ | ୨୪×୭ ଏହି ଆଲର୍ଟ ସିଷ୍ଟମ ରହିବ।
ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ସେ କହିଛନ୍ତିଯେ, ପୂର୍ବ ସରକାର ସମୟରେ ଶିକ୍ଷା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା କିନ୍ତୁ ଜାତୀୟ ଶିକ୍ଷାନୀତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ବୈପ୍ଲବିକ ପରିବର୍ତ୍ତନ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି |

