Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃତୀୟ କିସ୍ତିରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ଭୁବନେଶ୍ଵର, ୪ | ୫ : ଆଜି ସୁଭଦ୍ରା ହିତାଧିକାରୀଙ୍କୁ ଆକାଉଣ୍ଟକୁ ଆସିଲା ଟଙ୍କା | ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ମିଳିଛି ସୁଭଦ୍ରା ଟଙ୍କା । ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ମିଳିଥିଲା | ଏଥିରୁ ବଂଚିତ ଥିବା ହିତାଧିକାରୀଙ୍କ ଭେରିଫିକେସନ୍ ପରେ ପୁଣି ସେମାନଙ୍କୁ ଆଜି ମିଳିଛି ସୁଭଦ୍ରାର ତୃତୀୟ କିସ୍ତି | ସରକାରୀ ସୂଚନା ଅନୁଯାୟୀ , ଆହୁରି ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ‘ଫିଲ୍ଡ ଭେରିଫିକେସନ’ ପ୍ରକ୍ରିୟା ଜାରି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ