ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା!
ଆସାମ, ୪।୫: ଆସାମରେ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି।
ଆସାମରେ ବିଜେପିର ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ବିଜୟ ହୋଇଛି । ହିମନ୍ତ ଜାଲୁକବାଡ଼ି ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ବିଦିଶା ନିୟୋଗଙ୍କୁ ୮୯,୪୩୪ଭୋଟରେ ପରାଜିତ କରିଛନ୍ତି। ତେବେ ହିମନ୍ତ ଲଗାତର ଭାବେ ୬ ଥର ଏହି ଆସନରୁ ଲଢି ବିଜୟ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ବିଶ୍ୱ ଶର୍ମା ୧୯୯୬ ମସିହାରେ ଜାଲୁକବାଡ଼ି ନିର୍ବାଚନମଣ୍ଡଳୀରୁ ତାଙ୍କର ପ୍ରଥମ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ। । କିନ୍ତୁ ୨୦୦୧ ମସିହାରୁ ସେ ଲଗାତାର ଭାବେ ଏହି ଆସନରୁ ବିଜୟୀ ହେଉଛନ୍ତି।
ତେବେ ପୂର୍ବ ଥର ଅପେକ୍ଷା ଏଥର ବିଶ୍ୱ ଶର୍ମାଙ୍କ ବିଜୟୀ ବ୍ୟବଧାନ କମ ରହିଛି। କାରଣ୨୦୨୧ ମସିହାରେ ଯେତେବେଳେ ସେ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ,ସେତେବେଳେ ଶର୍ମାଙ୍କ ବିଜୟ ବ୍ୟବଧାନ ୧,୦୧,୦୦୦ ଭୋଟ ଥିଲା।ପ୍ରଥମ ପର୍ଯ୍ୟାୟରୁ ଆଗୁଆ ଥିବା ଶର୍ମା ୧,୨୭,୧୫୧ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିଓଗ ୧୩ ତମ ପର୍ଯ୍ୟାୟ ଗଣନା ଶେଷରେ ମାତ୍ର ୩୭,୭୧୭ ଭୋଟ ପାଇଛନ୍ତି।
ଅନ୍ୟପଟେ, ଆସାମ ବିଧାନସଭା ନିର୍ବାଚନ ୨୦୨୬ରେ କଂଗ୍ରେସର ନୈରାଶ୍ୟଜନକ ଫଳାଫଳର ସାମ୍ନା କରିଛି । ଦଳ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର୍ (ସିଂହ) ତଥା ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଗୌରଭ ଜୋରହାନଟ ବିଧାନସଭା ଆସନରୁ ଏଥର ନିର୍ବାଚନ ଲଢ଼ୁଥିଲେ। ସେ ବିଜେପି ପ୍ରତିପକ୍ଷ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ଠାରୁ ୨୩, ୧୮୨ ଭୋଟ ବ୍ୟବଧାନରେ ହାରିଛନ୍ତି।
୧୪ ରାଉଣ୍ଡ ଗଣନା ପରେ ଜୋରାହାଟରେ ବର୍ତ୍ତମାନର ବିଜେପି ବିଧାୟକ ଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ୬୯,୪୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ଗୋଗୋଇ ୪୬,୨୫୭ ଭୋଟ ପାଇ ପଛରେ ରହିଯାଇଛନ୍ତି ।

