ଜବଲପୁର ନର୍ମଦା ନଦୀରେ ବୋଟ୍ ଦୁର୍ଘଟଣା ପରେ ଚିଲିକାରେ ଲାଗୁ ହେଲା କଟକଣା
ଭୁବବନେଶ୍ୱର, ୫|୫ : ଜବଲପୁରର ନର୍ମଦା ନଦୀ ବର୍ଗୀ ଡ୍ୟାମରେ ପର୍ୟ୍ୟଟନ ବିଭାଗର କ୍ରୁଜ୍ ବୁଡ଼ିବା ଘଟଣା ପରେ ଏବେ ଚିଲିକା ପାଇଁ କଟକଣା ଲାଗୁ ହୋଇଛି । ଚିଲିକା ହ୍ରଦରେ ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଲାଗିଛି କଟକଣା । । ଚିଲିକାରେ ସମସ୍ତ ଯାତ୍ରୀବାହି ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି | ।
ଖରାଦିନେ କାଳବୈଶାଖୀ ଏବଂ ଘୂର୍ଣିଝଡ଼ ଜନିତ ବର୍ଷା, ତୋଫାନ କୁ ନଜରରେ ରଖି ସମସ୍ତ ନୌକା ପାଇଁ କଟକଣା ଲାଗୁ ହୋଇଛି | ଏଣିକି ପ୍ରତ୍ୟେକ ବୋଟ୍ରେ ଯାତ୍ରୀମାନଙ୍କ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ବୋଟ୍ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ । ଏଥିରେ ଯଦି କୌଣସି ପ୍ରକାରର ନିୟମ ଉଲଂଘନ ବା ବ୍ୟତିକ୍ରମ ଦେଖାଦିଏ ତେବେ ସରକାର ସେମାନଙ୍କ ବୋଟ ପଞ୍ଜିକରଣକୁ ରଦ କରିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଜିଲ୍ଲାପାଳ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

