କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବେଙ୍ଗଲ ସିଏମ୍ ବାଛିବାର ଦାୟିତ୍ୱ!
ନୂଆଦିଲ୍ଲୀ , ୫ | ୫ : ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିଛି | ତିନୋଟି ରାଜ୍ୟରେ ବିଜେପିର ଲହରୀ ଦେଖିବାକୁ ମିଳିଛି | କିନ୍ତୁ ଏହି ନିର୍ବାଚନ ମଧ୍ୟରେ ସମସ୍ତଙ୍କ ଉତ୍କଣ୍ଠା ଥିଲା ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ | ତେବେ ନିର୍ବାଚନ ଫଳାଫଳ ପରେ ଏବେ ପଶ୍ଚିମବଙ୍ଗରେ ବିଜେପିର କ୍ଷମତାକୁ ଆସିବା ନେଇ ସ୍ପଷ୍ଟ ହୋଇଛି | ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ବିଜେପିର ଐତିହାସିକ ସଫଳତା ପରେ ଏବେ ବଙ୍ଗର ମଙ୍ଗ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ବିଜେପି। ପ୍ରଧାନମନ୍ତ୍ରୀ ରାଜ୍ୟବ୍ୟାପୀ ଏକ ବଡ଼ ରାଲି କରିଥିଲେ। ଗତ ମାସ ଧରି, ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଭାବେ ପ୍ରଚାରର ସାମିଲ ହୋଇଥିଲେ |
ସୂଚନା ଅନୁସାରେ, ଏବେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ଅମିତ ଶାହ ଓ ମୋହନ ମାଝୀ। ଏଥିପାଇଁ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଭାବେ ଏବଂ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି | ସେହିପରି ଆସାମ ବିଧାୟକ ଦଳ ନେତା ବାଛିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କୁ ଦାୟିତ୍ୱ ଦିଆଯାଇଛି ।

