Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଗଞ୍ଜାମ, ୫ | ୫ : ସୋସିଆଲ ମିଡିଆର ପ୍ରେମ ଏବେ ଜୀବନ ପାଇଁ କାଳ ସାଜିଛି | ସୋସିଆଲ ମିଡିଆରୁ ଭଲ ପାଇ ଏକ ଯୁବକଙ୍କୁ ଯୁବତୀ ଜଣଙ୍କ ବିବାହ କରିଥିଲେ । କିନ୍ତୁ ଯୁବକ ଜଣକ ବିବାହ କରିବା ପରେ ତାଙ୍କୁ ଛାଡ଼ି ଚାଲିଗଲେ। ଏହାପରେ ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ଆଗରେ ଧାରଣାରେ ମହିଳା ଜଣଙ୍କ ବସିଲେ। କିନ୍ତୁ ଧାରଣାରେ ବସିବା ତାଙ୍କର ନିଷ୍ପତ୍ତି କାଳ ସାଜିଲା | ସ୍ଵାମୀର ସାନ ଭାଇର ଟାଙ୍ଗିଆ ତାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିବାରୁ ଶେଷରେ ମହିଳାଙ୍କ ଜୀବନ ଗଲା |ଚୋଟରେ ଗଲା ମହିଳାଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳି ଥାନା କେ. ଖରିଡ଼ା ଅଞ୍ଚଳରେ। ହିଞ୍ଜିଳି ପୋଲିସ ଅଭିଯୁକ୍ତ ସାନ ଭାଇଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି |
ସୂଚନା ଅନୁସାରେ, ମୃତ ମହିଳା ଜଣକ ହେଉଛନ୍ତି ରମ୍ବା ଥାନା ଅଗସ୍ଥି ନୁଆଗାଁର ବାସିନ୍ଦା | ସେ ତିନି ବର୍ଷ ତଳେ ସୋସିଆଲ ମିଡିଆରୁ କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ପ୍ରେମରେ ପଡ଼ିଥିଲେ | ଧୀରେ ଧୀରେ ଦୁହିଁଙ୍କ ସମ୍ପର୍କ ଗଭୀର ରୂପ ନେଇଥିଲା | ପ୍ରଥମେ ଅନଲାଇନରେ କଥାବାର୍ତ୍ତା ତା ପରେ ମିଳାମିଶା । ପରେ ମନ୍ଦିରରେ ବିବାହ । ତେବେ ଏହି ବିବାହରୁ ଉଭୟଙ୍କର ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ, ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ।
ପ୍ରାୟ ଛଅ ମାସ ହେଲା ଦୁହେଁ ପୁରୀରେ ଏକ ଭଡାଘରେ ରହୁଥିଲେ | ୧୫ ଦିନ ତଳେ ଚିଣ୍ଟୁ ମହିଳାଙ୍କୁ ତାଙ୍କ ଘରଲୋକଙ୍କ ସହ ଦେଖା କରାଇବାକୁ କହି ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ଏହାପରେ ହିଞ୍ଜିଳି ଥାନାର ସହଯୋଗ ନେଇଥିଲେ ପୂଜା। କିନ୍ତୁ ନ୍ୟାୟ ନମିଳିବାରୁ ଗତ କାଲି ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ। କିନ୍ତୁ ଧାରଣାରେ ବସିଥିବା ସମୟରେ ଚିଣ୍ଟୁ ଗୌଡ଼ର ସାନ ଭାଇର ତାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା | ଯାହାଫଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ