ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ରୁ ଆରମ୍ଭ ହେବ ଫର୍ମ ପୂରଣ
କଟକ,୬।୫: ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା ୮ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ୧୮ ପର୍ଯ୍ୟନ୍ତ ଚାଲିବ ଏହି ଫର୍ମ ଫିଲପ ପ୍ରକ୍ରିୟା । ନିକଟରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସପ୍ଳିମେଣ୍ଟାରୀ ପରୀକ୍ଷା ହେବ।
ଅନ୍ୟପଟେ, ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ ଓ ଅବ୍ଜେକ୍ଟିଭ ଖାତା ରିଚେକିଂ ଓ ସେହି ଖାତାଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିପାରିବେ ଛାତ୍ର ଛାତ୍ରୀ। ଆସନ୍ତା ୧୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ ଆବେଦନ । ବୋର୍ଡର ୱେବସାଇଟ www.bseodisha.ac.in ରେ ଆବେଦନ କରି ପାରିବେ ଛାତ୍ର ଛାତ୍ରୀ। ମଧ୍ୟମା ସଂସ୍କୃତ ପରୀକ୍ଷା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଚେକିଂ ପାଇଁ ଅଫ ଲାଇନରେ ହେବ ଆବେଦନ । ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ ଆବେଦନ କରିହେବ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ୨୦୨୬ ଶିକ୍ଷାବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି। ଏ -୧ ଗ୍ରେଡରେ ୨୪୫୬ ଜଣ ପାସ କରିଥିବା ବେଳେ ଏ -୨ରେ ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିପରି ବି- ୧ରେ ପାସ କରିଛନ୍ତି ୪୩ ହଜାର ୫୬୫। ବି-୨ରେ ୮୬ ହଜାର ୧୦୩ ପରୀକ୍ଷାର୍ଥୀ ପାସ କରିଛନ୍ତି। ସି ଗ୍ରେଡରେ ପାସ ଏକ ଲକ୍ଷ ୨୯ ହଜାର ୮୧୩ ଜଣ ପ୍ରକାଶ କରିଥିବାବେଳେ ଡି ଗ୍ରେଡରେ ୧,୪୬,୧୫୨ ଜଣ ପାସ କରିଛନ୍ତି। ସେହିପରି ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ।

