Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପି ଏମ ଇ ସି ଛାତ୍ର ବିଜୟଙ୍କ ପକ୍ଷରୁ ୫ ଟି ସଚିବ ଶ୍ରୀ ପାଣ୍ଡିଆନ ଙ୍କୁ ଭେଟି ଚକଖଡି ରେ ନିର୍ମିତ କଳାକୃତି ପ୍ରଦାନ

ଗୋପାଳପୁର: ୫ ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଜନ୍ମଦିନ ଅବସରରେ ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ର ଛାତ୍ର ତଥା ଡୁରା ନିବାସୀ କେ ବିଜୟ କୁମାର ରେଡ୍ଡୀ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ରେ ଶ୍ରୀ ପାଣ୍ଡିଆନ ଙ୍କୁ ଭେଟି ଜନ୍ମଦିନ ର‌ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଚକଖଡି ରେ ନିର୍ମିତ ପ୍ରତିକୃତି କୁ ପ୍ରଦାନ କରିଥିଲେ।ଏହି ଅବସରରେ ଶ୍ରୀ ପାଣ୍ଡିଆନ, ବିଜୟ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଇଞ୍ଜିନିୟରିଂ ପାଠ ପଢା ସାରିବା ପରେ ନିଜ ଅଞ୍ଚଳ, ଜିଲ୍ଲା ଏବଂ ଓଡ଼ିଶାର ନାମକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିବାକୁ ଉପଦେଶ ଦେଇଥିଲେ। ବିଜୟ ଙ୍କ ପକ୍ଷରୁ ଏକ ଚକଖଡି ରେ ମାତ୍ର ୧ ଘଣ୍ଟା ସମୟ ମଧ୍ୟରେ ଶ୍ରୀ ପାଣ୍ଡିଆନ ଙ୍କ ଅବିକଳ ପ୍ରତିକୃତି ନିର୍ମାଣ କରିବା ସହ ତାକୁ ରଙ୍ଗ ଦେଇଥିଲେ।ଆଜି ସକାଳୁ ନିଜ‌ ଗାଁ ଡୁରା ରୁ ବାହାରି ଭୁବନେଶ୍ବରରେ ପହଞ୍ଚି ଶ୍ରୀ ପାଣ୍ଡିଆନ ଙ୍କୁ ପ୍ରଦାନ କରିଥିବାରୁ ବେଶ ଖୁସି ଥିବା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ବିଜୟ ଏହା ପୂର୍ବରୁ ବିଭିନ୍ନ ସମୟରେ ଚକଖଡି ରେ ପ୍ରତିକୃତି ମାନ ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ବେଳେ ଇଣ୍ଡିଆ ଏବଂ ଏସିଆ ବୁକ୍ ଅଫ ରେକର୍ଡ ରେ ନିଜ ନାମକୁ ସ୍ଥାନିତ କରି ପାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ