Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ ଥିଲା ସୋମ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ? ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସାମ୍ନାକୁ ଆସିଲା ସତ …

ଭୁବନେଶ୍ୱର, ୯ | ୫ : ରାଜଧାନୀ ଉପକଣ୍ଠରେ ନିର୍ମମ ଭାବେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । କଣ ଥିଲା ସୋମ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ତାହାକୁ ନେଇ ଅନେକ ସନ୍ଦେହ ଉଠିଥିଲା ସଭିଙ୍କ ମନରେ | ଗଣାମଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ସବୁଠି ଏହି ଚର୍ଚ୍ଚା ଜୋର ଧରିଛି | ଏହା ମଧ୍ୟରେ ସମୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି | ରିପୋର୍ଟରେ ଆସିଛି ସାଙ୍ଘାତିକ ତଥ୍ୟ | ଏହାପୂର୍ବରୁ ଗତକାଲି ଅଭିଯୋଗକାରିଣୀ କହିଥିଲେଯେ – ସୌମ୍ୟଙ୍କୁ ଲୋକେ ପିଟି ପିଟି ହତ୍ୟା କରିନାହାନ୍ତି ବରଂ ହସ୍ପିଟାଲରେ ମୃତ୍ୟୁ ହୋଇଛି। କିନ୍ତୁ ରିପୋର୍ଟ କିଛି ଭିନ୍ନ ତଥ୍ୟ ପ୍ରକାଶ କରୁଛି | ଆଜି ପରିବାର ଲୋକଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ସୋମ୍ୟଙ୍କ ଶବ ବ୍ୟବଚ୍ଛେଦ ସରିଛି।

ରିପୋର୍ଟରୁ ସୌମ୍ୟଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଅଛି । କାଠ ବାଡ଼ିରେ ମାଡ଼ ଯୋଗୁଁ ପିଠି, ପେଟ, ଛାତି, ହାତ, ଗୋଡ଼ରେ ନୋଳା ବସିଯାଇଛି। କିନ୍ତୁ ତାଙ୍କ ମସ୍ତିଷ୍କରେ ପ୍ରବଳ ମାତ୍ରାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ହୃଦଘାତ୍ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ସନ୍ଦେହ କରାଯାଉଛିଯେ, ଭ୍ୟାନରେ ନେବା ବେଳେ ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ଡାଲାରେ ବାରମ୍ବାର ପିଟି ଥିବାରୁ ଗଭୀର ଆଘାତ ଲାଗିଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ବାଲିଅନ୍ତା ଅଞ୍ଚଳରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଘଟିଥିବା ଦୁର୍ଘଟଣାକୁ କେନ୍ଦ୍ର କରି ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ ଲୋକେ । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଘଟଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇନଥିଲେ ।

ମୃତ ଯୁବକ ହେଉଛନ୍ତି ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ୱାଇଁ । ସେ ଜିଆରପିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ଲୋକଙ୍କ ମାଡ଼ରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓମ୍ ପ୍ରକାଶ ମହାନ୍ତି ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଆଗକୁ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories