Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶବାସୀଙ୍କୁ ମୋଦୀଙ୍କ ଅପିଲ ; କହିଲେ ବର୍ଷେ ପର୍ଯ୍ୟନ୍ତ ସୁନା…

ତେଲେଙ୍ଗାନା , ୧୧ | ୫ : ବର୍ତ୍ତମାନର ବିଶ୍ୱସ୍ତରୀୟ ତୈଳ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଅପିଲ କରିଛନ୍ତି। ରବିବାର ହାଇଦରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ , ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସମ୍ବଳର ସଞ୍ଚୟ କରିବା ଦେଶ ପାଇଁ ଏକ ବଡ ଦାୟିତ୍ୱ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭଳି ବଡ ସଙ୍କଟର ଆମେ ମୁକାବିଲା କରିଛେ | ମହାମାରୀ ସମୟରେ ଆମେ ଘରେ ରହି କାମ କରିବା କିମ୍ବା ୱାର୍କ ଫ୍ରମ ହୋମ ପଦ୍ଧତିକୁ ଆପଣାଇଥିଲେ | ପାଠପଢା ହେଉ କି ଅନଲାଇନ୍ ମିଟିଂ ସବୁ ଘରୁ କରୁଥିଲେ | ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦି ଆମେ ପୁଣି ଥରେ ୱାର୍କ ଫ୍ରମ୍ ହୋମ୍‌କୁ ଗୁରୁତ୍ୱ ଦେବା, ତେବେ ଯାତାୟାତ ପାଇଁ ଖର୍ଚ୍ଚ ହେଉଥିବା ପେଟ୍ରୋଲ ଓ ଡିଜେଲ ସଞ୍ଚୟ ହୋଇପାରିବ | ତେଲଙ୍ଗାନାରେ ୯,୪୦୦ କୋଟି ଟଙ୍କା ବ୍ୟୟରେ ବିକାଶ ପ୍ରକଳ୍ପଗୁଡ଼ିକର ଭର୍ଚୁଆଲି ଶିଳାନ୍ୟାଶ ଅବସରରେ ଉଦ୍‌ବୋଧନ ଦେଇ

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମଦାନୀ ହେଉଥିବା ପେଟ୍ରୋଲିୟମ୍‌ ସାମଗ୍ରୀଗୁଡ଼ିକ ଯେତିକି ଆବଶ୍ୟକ ସେତିକି ବ୍ୟବହାର ହେବା ଉଚିତ । ଏହା କେବଳ ବିଦେଶୀ ମୁଦ୍ରା ସଞ୍ଚୟ କରିବ ନାହିଁ, ଯୁଦ୍ଧ କାରଣରୁ ଉପୁଜିଥିବା ସମସ୍ୟାକୁ ମଧ୍ୟ ହ୍ରାସ କରିବ | ଏପରି ସମୟରେ ଦେଶର ହିତ ପାଇଁ ଜଣ ସାଧାରଣଙ୍କୁ ସମ୍ବଳର ସଞ୍ଚୟ ପାଇଁ ପରାମର୍ଶ ଦେଇଛନ୍ତି । ପେଟ୍ରୋଲ ଡିଜେଲ ବ୍ୟବହାର କମ କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ ସୁନା ନ କିଣିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

କାରଣ ସୁନା ଆମଦାନୀ ପାଇଁ ଭାରତକୁ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି। ଯାହାଦ୍ୱାରା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବାରେ ଲାଗିଛି । ଏହାସହ ବର୍ତ୍ତମାନ ସଙ୍କଟ ସମୟରେ ବିଦେଶରେ ଛୁଟି କାଟିବା କିମ୍ବା ବିଦେଶରେ ବିବାହ କରିବା ଭଳି ଖର୍ଚ୍ଚକୁ ବନ୍ଦ କରିବା ଉଚିତ୍। ଏହା ବଦଳରେ ସ୍ୱଦେଶୀ ପର୍ଯ୍ୟଟନ ଓ ସ୍ୱଦେଶୀ ସାମଗ୍ରୀକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ବିଦେଶୀ ମୁଦ୍ରା ଭଣ୍ଡାରକୁ ବଞ୍ଚାଇବା| କାରଣ ଯୁଦ୍ଧ ଯୋଗୁଁ ବଢ଼ୁଥିବା ମୁଦ୍ରାସ୍ଫୀତି ମୂଲ୍ୟ ବଢ଼ିବାରେ ଲାଗିଛି ଆଉ ଏହା ସାଧାରଣ ଜନତାଙ୍କ ପକେଟ ଉପରେ ବଡ ପ୍ରଭାବ ପକାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories