Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକ୍ରମଣ ଘଟଣାର ନ୍ୟାୟ ପାଇଁ ସାଇକେଲରେ ୧୫କି.ମି ପର୍ଯ୍ୟନ୍ତ ବୁହାହେଲା ମୃତଦେହ

ବାଲେଶ୍ୱର, ୧୨ | ୫ : ସୀମା ବିବାଦକୁ କେନ୍ଦ୍ର କରି ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ଏବଂ ପରେ ଆକ୍ରମଣ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି | ନ୍ୟାୟ ପାଇଁ ସାଇକେଲରେ ୧୫କି.ମି ପର୍ଯ୍ୟନ୍ତ ବୁହାହେଲା ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ଥାନାର ହରିପୁର ଗ୍ରାମରେ ଘର ଛାତ ପକେଇବାକୁ ତଥା ସୀମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା | ଗଣ୍ଡଗୋଳରେ ମାନଶ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଘର ନିର୍ମାଣ କରୁଥିବା ସୁରେନ୍ଦ୍ରଙ୍କ ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ହୋଇଥିଲା । ଏବଂ ଭାଉଜ ଶଙ୍କୁନ୍ତଳା ସେଠୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଖଇରା ପୁଲିସ୍ ଏକ ମାମଲା ରୁଜୁ କରି ଆକ୍ରମଣରେ ସଂପୃକ୍ତ ଭାରତୀ ଜେନା ନାମକ ମହିଳାଙ୍କୁ ଅଟକ ରଖିଛନ୍ତି।

ଏହି ହତ୍ୟାକାଣ୍ଡରେ ସ୍ମରୁକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କର ଗିରଫ ଦାବିରେ କମଳାଙ୍କର ପରିବାର ଲୋକ ନିଜ ଗାଁ ହରିପୁର ଠାରୁ ୧୫ କିମି ପର୍ଯ୍ୟନ୍ତ ସାଇକେଲରେ ମୃତଦେହକୁ ବାନ୍ଧି ଖଇରା ଥାନା ପର୍ଯ୍ୟନ୍ତ ନେଇଥିଲେ । ଏହି ହୃଦୟ ବିଦାରକ ଦୃଶ୍ୟ ରାଜ୍ୟର ଆଇନ କାନୁନ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ