Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୀମା ଟପିଲେଣି ଅପରାଧୀ! ବାଲିଅନ୍ତା ପରେ ଏବେ ବାରଙ୍ଗରେ ହତ୍ୟାକାଣ୍ଡ

ରାଜ୍ୟରେ ଦିନକୁ ଦିନ ଅପରାଧ, ହିଂସା ଉତ୍ତେଜନା ବଢ଼ିବାରେ ଲାଗିଛି । ଆଇନ କାନୁନ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି | ଅପରାଧୀଙ୍କ ପୋଲିସକୁ ଡର ନାହିଁ | ନିକଟରେ ବାଲିଅନ୍ତା ଘଟଣାର ଏପର୍ଯ୍ୟନ୍ତ ସମାଧାନ ହୋଇନଥିବାବେଳେ ରାଜ୍ୟରେ ପୁଣି ଏକ ହତ୍ୟାକାଣ୍ଡ ରାଜ୍ୟର ଆଇନ ବ୍ୟବସ୍ଥାକୁ ଦୋହଲାଇ ଦେଇଛି |

ସୂଚନା ଅନୁଯାୟୀ, କାହ୍ନୁ ଦଳେଇ ନାମକ ଯୁବକ ଆଜି ସକାଳ ୧୧ ଟା ସମୟରେ ଗାଁ ଛକରେ ବସିଥିବା ସମୟରେ କିଛି ଅଜଣା ଯୁବକ ଖଣ୍ଡା ଓ ମାରଣାସ୍ତ୍ର ଧରି ହଠାତ୍ ତାଙ୍କ ପେଟ ଓ ପିଠିକୁ ଆକ୍ରମଣ କରିଥିଲେ। କାହ୍ନୁ ତଳେ ପଡିଯିବା ଦେଖି ପାଖରେ ଥିବା ଆଲୋକ ଲେଙ୍କା ନାମକ ଜଣେ ଚା ଦୋକାନୀ ଏବଂ ଅନ୍ୟ ଜଣେ ଖୁଣ୍ଟୁଣି ଅଞ୍ଚଳର ଦହିବରା ବିକାଳି ରଞ୍ଜନ କୁମାର ରାଉତଙ୍କୁ ମିଶାଇ ତିନିଜଣ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି |

ଆକ୍ରମଣର ଶିକାର ହୋଇଥିବା କାହ୍ନୁ ଦଳେଇ ପୂର୍ବରୁ ଚୋରା ମଦ ବେପାରୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିଲେ । ତେଣୁ କୌଣସି ଚୋରା ମଦ ବେପାରୀଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି | ତେବେ ତାଙ୍କ ଉପରେ ଆକ୍ରମଣ ହେବା ନେଇ ସେ ପୋଲିସକୁ ପୂର୍ବରୁ ବାରଙ୍ଗ ଥାନାକୁ ଜଣାଇଥିଲେ। ଆଉ ଆଜି କାହ୍ନୁ ଏକୁଟିଆ ବସିଥିବା ସମୟରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ତେବେ ଏହି ଆକ୍ରମଣ ଘଟଣାର ଅଭିଯୁକ୍ତ କିଏ ଏବଂ କହିନୀ ଏଭଳି ଘଟଣା ଘଟାଇଲା ତାହା ଏ ପରଜ୍ୟାଣ୍ଟ ସ୍ପଷ୍ଟ ହୋଇନାହିଁ | ଅନ୍ୟପଟେ ବାରଙ୍ଗ ଥାନା ଅଧିକାରୀ ଓ ଏସିପି ଅମିତାଭ ମହାପାତ୍ର ଚା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ