ମୋଦୀଙ୍କ ଅପିଲ ପରେ ଆକାଶ ଛୁଆଁ ହେଲା ସୁନା ଓ ରୁପାର ଦର! ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୧ଲକ୍ଷ ୫୩ ହଜାର ୯୦୦ଟଙ୍କା
ଭୁବନେଶ୍ୱର, ୧୩ | ୫ : ପୁଣିଥରେ ଆକାଶ ଛୁଆଁ ହେଲା ସୁନା ଓ ରୁପାର ଦର । ମୋଦୀଙ୍କ ଅପିଲ ପରେ ସୁନା ଓ ରୂପାର ଆମଦାନି ଉପରେ ଶୁଳ୍କ ବୃଦ୍ଧି ହୋଇଛି | ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବିଦେଶୀ କ୍ରୟକୁ ନିୟନ୍ତ୍ରଣ କରିବା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ୨୪ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା ହୋଇଛି। ଏବଂ ୧୮ କ୍ୟାରେଟ ସୁନାର ଦର ପ୍ରତି ୧୦ ଗ୍ରାମ ପିଛା ରହିଛି ୧ଲକ୍ଷ ୨୫ ହଜାର ୯୨୦ ଟଙ୍କା |
ଏହି ଅଧିକ ଶୁଳ୍କ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୂଲ୍ୟବାନ ଧାତୁ ଉପରେ ଭାରତରେ ଚାହିଦା କମାଇପାରେ । ବିଦେଶୀ ମୁଣ୍ଡର ଭଣ୍ଡାରକୁ ସଞ୍ଚୟ କରିବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଶିଳ୍ପ ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ଅଧିକ ଆମଦାନି ଶୁଳ୍କ ପୁନର୍ବାର ଚୋରାଚାଲାଣକୁ ବୃଦ୍ଧି କରିବାରେ ସହଯୋଗ କରିପାରେ |
ତେବେ ମୋଦୀଙ୍କ ଅପିଲ ଅନୁଯାୟୀ ଯଦି ଭାରତୀୟ ନାଗରିକ ମାନେ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରୁହନ୍ତି ତେବେ ଏହା ସୁନା ଆମଦାନୀରେ ୩୦ ରୁ ୪୦ ପ୍ରତିଶତ କମ ହୋଇପାରେ । ଏହା ଦ୍ୱାରା ପ୍ରାୟ ୨୦-୨୫ ବିଲିୟନ ଡଲାର ସଞ୍ଚୟ ହୋଇପାରେ। ସେହିପରି ଯଦି ସୁନା ଆମଦାନୀ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୁଏ , ତେବେ ସଞ୍ଚୟ ପରିମାଣ ୩୬ ବିଲିୟନ ଡଲାର ହୋଇପାରେ ବୋଲି ଆଶା କରାଯାଉଛି

