Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶ୍ନପତ୍ର ଲିକ ମାମଲାରେ ଡାକ୍ତରୀ ପରୀକ୍ଷା NEET ବାତିଲ ; ମୌନ ରହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୧୩ | ୫ : ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, ଏନଇଇଟି ୟୁଜି-୨୦୨୬ର ବାତିଲ ଘଟଣା ଏବେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କୁ ନିରାଶ କରିଛି | ମେ ୩ ତାରିଖରେ ହେବାକୁ ଥିବା ନିଟ ପରୀକ୍ଷା ବାତିଲ ହୋଇଛି | ପ୍ରଶ୍ନପତ୍ର ଲିକ ଅଭିଯୋଗ ଆଧାରରେ ବାତିଲ ହୋଇଛି ପରୀକ୍ଷା | ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଜଣଙ୍କୁ ଗିରଫ କରିଥିବା ବେଳେ ‘ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ଫେଡେରେସନ୍’ (FAIMA) ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଆବେଦନ କରାଯାଇଛି | ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେ, ଦେଶର ସବୁଠାରୁ ଏକ ବଡ ଡାକ୍ତରୀ ପରୀକ୍ଷାରେ ବିଭ୍ରାଟ ହୋଇଛି ତଥାପି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏପର୍ଯ୍ୟନ୍ତ ଚୁପ ରହିଛନ୍ତି | ପ୍ରଶ୍ନପତ୍ର ଲିକ ନେଇ କୌଣସି ପ୍ରତିକ୍ରିୟା ମନ୍ତ୍ରୀଙ୍କ ପାଖରୁ ମିଳିନାହିଁ |

ଗୋଟିଏ ପଟେ ସରକାର ଦେଶର ବିକାଶ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣୁଛନ୍ତି ବୋଲି ବାହା ବାହା ନେଉଥିବା ବେଳେ ଏବେ ପ୍ରଶ୍ନ ପତ୍ର ଲିକ ମାମଲା ଦେଶର ଶିକ୍ଷାନୀତି ଏବଂ ଶୃଙ୍ଖଳିତ ବ୍ୟବସ୍ଥାର ଅସଲ ଛବିକୁ ପଦାରେ ପକାଇଛି | ପରି ପରୀକ୍ଷାରେ ଏଭଳି ବିଭ୍ରାଟ ହେଉଛି | ସେପଟେ ‘ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ଫେଡେରେସନ୍’ ପକ୍ଷରୁ NTAର ପୁନର୍ଗଠନ ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ମାମଲା | ଅପରପକ୍ଷରେ ସରକାର ଏହି ଘଟଣାର ପେପର ଲିକ୍ ମାମଲାକୁ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିଛନ୍ତି | ଏହାସହ ପୁଣି ଠାରେ ଏକ ନୂଆ ତାରିଖ ଘୋଷଣା କରାଯାଇ କଡା ସୁରକ୍ଷା ବ୍ୟବସ୍ଥାରେ ପରୀକ୍ଷା ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ