ପ୍ରକାଶ ପାଇଲା ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ; ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ
ଭୁବନେଶ୍ୱର, ୧୩ |୫ : ପ୍ରକାଶ ପାଇଛି ‘ସିବିଏସଇ’ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ) ବୋର୍ଡର ୨୦୨୬ ବର୍ଷର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ | ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ବୋର୍ଡରେ ସାରା ଦେଶରୁ ୧୮ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରୀ ମାନଙ୍କ ପାସ ହାର ଅଧିକ ରହିଛି | ଛାତ୍ରୀଙ୍କ ପାସ୍ ହାର ୮୮.୮୬ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୨.୧୩ ପ୍ରତିଶତ ରହିଛି ।
ଛାତ୍ର ଛାତ୍ରୀ ମାନେ ’ସିବିଏସଇ’ ବୋର୍ଡର ୱେବସାଇଟ results.cbse.nic.in ଜରିଆରେ କିମ୍ବା ଡିଜି ଲକର ରେ ନିଜ ରେଜଲ୍ଟ ଦେଖିପାରିବେ |ଏଥିପାଇଁ ଛାତ୍ରଛାତ୍ରୀମାନେ digilocker.gov.in ୱେବସାଇଟ୍ କିମ୍ବା ଆପରେ ନିଜର ଆଧାର କିମ୍ବା ପଞ୍ଜିକୃତ ମୋବାଇଲ୍ ନମ୍ବର ସାହାଯ୍ୟରେ ଲଗଇନ୍ କରିବା ଆବଶ୍ୟକ। ଏହାର ଅନ୍ୟତମ ବିକଳ୍ପ ମଧ୍ୟ ରହିଛି | ଛାତ୍ରଛାତ୍ରୀମାନେ ‘ଉମଙ୍ଗ’ ଆପ୍ କୁ ଯାଇ ଏହାକୁ ଖୋଲି ସର୍ଚ୍ଚ ବକ୍ସରେ , ସିବିଏସଇ ସେବା” ଖୋଜିବା ପରେ “କ୍ଲାସ୍ ଦ୍ୱାଦଶ ରେଜଲ୍ଟ” ବିକଳ୍ପ ଉପରେ କ୍ଲିକ୍ କରି ନିଜର ବିବରଣୀ ପ୍ରଦାନ କଲେ ସ୍କ୍ରିନରେ ପ୍ରୋଭିଜନଲ୍ ମାର୍କସିଟ୍ ଦେଖିପାରିବେ ଏବଂ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ।

