ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର! ଲିଟର ପିଛା ପେଟ୍ରୋଲ ୩.୧୪ ଟଙ୍କା
ଭୁବନେଶ୍ୱର,୧୫।୫: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର | ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ହୋଇଥିବା ବେଳେ ଡିଜେଲ ପିଛା ୩.୧୧ ଟଙ୍କା ବୃଦ୍ଧି ପାଇଛି । ପେଟ୍ରୋଲ ଅଭାବ ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ଟାଙ୍କି ନିକଟରେ ଏବେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।| ପ୍ରତି ବାଇକରେ ଓ କାରରେ ପେଟ୍ରୋଲ ପକାଇବାକୁ ଲାଗିଛି ଭିଡ଼। ଗାଡିରେ ପେଟ୍ରୋଲ ଭର୍ତ୍ତି କରିବାକୁ ଲୋକ ଅସ୍ତବ୍ୟସ୍ତ ହୋଇ ଦୂରରୁ ପେଟ୍ରୋଲ ଭରିବାକୁ ଆସୁଛନ୍ତି | ସ୍ଥିତି ଏମିତି ଯେ ପେଟ୍ରୋଲ ପମ୍ପ ନିକଟରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡୁଛି। ସରକାର ଲୋକଙ୍କୁ ଏନେଇ ଅଧର୍ଯ୍ୟ ନ ହେବାକୁ କହୁଥିଲା ଲୋକ କିନ୍ତୁ ଥରେ ପେଟ୍ରୋଲ ଭର୍ତ୍ତି କରି ଆଉଥରେ ଆସି ଲାଇନ୍ ଲଗାଇବା ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ।
ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି। ଯାହା ଫଳରେ ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ବହନ କରିବାକୁ ପଡୁଛି। ଆଜି ସକାଳ ୬ଟାରୁ ଦିଲ୍ଲୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି ।
ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଏହା ଏବେ ୯୭.୭୭ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇ ୯୦.୬୭ ଟଙ୍କାରେ ପହଞ୍ଚିଛି। ୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି | ପେଟ୍ରୋଲ ପମ୍ପ ଆଗରେ ଲମ୍ବ ଲମ୍ବା ଲାଇନ ଦେଖିବାକୁ ମିଳିଛି | ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୧୯ ପଇସା ରହିଛି ଯାହା କଲି ୧୦୦ଟଙ୍କା ୯୭ ପଇସା ରହିଥିଲା | ସେହିପରି ଡିଜେଲ ଲିଟର ପିଛା ରହିଛି ୯୫ ଟଙ୍କା ୭୪ ପଇସା ଯାହା ଗତକାଲି ୯୨ ଟଙ୍କା ୫୫ ପଇସା ରହିଥିଲା |

